ବିଶ୍ବ କ୍ୟାଣ୍ଡିଡେଟ୍ସ ଚେସ୍‌ରେ ଗୁକେଶ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଥିବା କ୍ୟାଣ୍ଡିଡେଟ୍ସ ଚେସ୍ ପ୍ରତିଯୋଗିତାରେ ଭାରତର ଡି. ଗୁକେଶ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ୧୭ ବର୍ଷିୟ ଗୁକେଶଙ୍କ ପ୍ରଥମ ମୁକାବିଲା ନିଜ ଦେଶର ବିଦିତ ଗୁଜରାଟୀଙ୍କ ସହିତ ହେବ। ପୂର୍ବରୁ ୧୯୫୯ରେ ଆମେରିକାରର ଚେସ୍ କିଂବଦନ୍ତି ବବି ଫିଶ୍ଚର ୧୬ ବର୍ଷ ବୟସରେ ଏହି ପ୍ରତିଯୋଗିତା ଖେଳିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ଶେଷ ହୋଇଥିବା ବିଶ୍ବକପ୍ରେ ଗୁକେଶ ନିଜ ଦେଶର ବିଶ୍ବନାଥନ ଆନନ୍ଦଙ୍କୁ ପଛରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଥିବା କ୍ୟାଣ୍ଡିଡେଟ୍ସ ଚେସ୍ ପ୍ରତିଯୋଗିତାରେ ଭାରତର ଡି. ଗୁକେଶ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ୧୭ ବର୍ଷିୟ ଗୁକେଶଙ୍କ ପ୍ରଥମ ମୁକାବିଲା ନିଜ ଦେଶର ବିଦିତ ଗୁଜରାଟୀଙ୍କ ସହିତ ହେବ। ପୂର୍ବରୁ ୧୯୫୯ରେ ଆମେରିକାରର ଚେସ୍ କିଂବଦନ୍ତି ବବି ଫିଶ୍ଚର ୧୬ ବର୍ଷ ବୟସରେ ଏହି ପ୍ରତିଯୋଗିତା ଖେଳିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ଶେଷ ହୋଇଥିବା ବିଶ୍ବକପ୍ରେ ଗୁକେଶ ନିଜ ଦେଶର ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ବିଶ୍ବ ମାନ୍ୟତାରେ ୯ ନମ୍ବର ସ୍ଥାନକୁ ଉଠିଥିଲେ। ଚେନ୍ନାଇରେ ଜନ୍ମିତ ଗୁକେଶ ୨୦୨୩ ଫିଡେ ସିର୍କିଟ୍ରେ ଫାବିଆନୋ କାରୁଆନାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି କ୍ୟାଣ୍ଡିଡେଟ୍ସ ଚେସ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Tags: