ବିଶ୍ବର ୧ ନମ୍ବର ମାନ୍ୟତା ପାଇବାରେ ରୋହନ ବୋପାନ୍ନା ସବୁଠୁ ବୟସ୍କ

ମେଲବର୍ଣ୍ଣ: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନା ୪୩ ବର୍ଷ ବୟସରେ ବିଶ୍ବର ୧ ନମ୍ବର ପୁରୁଷ ଯୁଗଳ ଡବଲ୍ସ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ସ୍ଥାନ ହାସଲ କରିବାରେ ସେ ସବୁଠୁ ବୟସ୍କ ଖେଳାଳି ହୋଇଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କୁ ସାଥୀ କରି ସେ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ସେମିଫାଇନାଲ୍ରେ ପହଞ୍ଚି ଏହି ସଫଳତା ପାଇତିଲେ। କ୍ବାର୍ଟରଫାଇନାଲ୍ରେ ଏହି ଭାରତ-ଅଷ୍ଟ୍ରେଲୀୟ ଯୋଡ଼ି ୬-୪, ୭-୬ ସେଟ୍ରେ ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେଜ […]

Samaya Live Picture
Published On

ମେଲବର୍ଣ୍ଣ: ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନା ୪୩ ବର୍ଷ ବୟସରେ ବିଶ୍ବର ୧ ନମ୍ବର ପୁରୁଷ ଯୁଗଳ ଡବଲ୍ସ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ସ୍ଥାନ ହାସଲ କରିବାରେ ସେ ସବୁଠୁ ବୟସ୍କ ଖେଳାଳି ହୋଇଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କୁ ସାଥୀ କରି ସେ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ସେମିଫାଇନାଲ୍ରେ ପହଞ୍ଚି ଏହି ସଫଳତା ପାଇତିଲେ। କ୍ବାର୍ଟରଫାଇନାଲ୍ରେ ଏହି ଭାରତ-ଅଷ୍ଟ୍ରେଲୀୟ ଯୋଡ଼ି ୬-୪, ୭-୬ ସେଟ୍ରେ ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେଜ ଓ ଆନ୍ଦ୍ରେସ ମୋଲତେନିଙ୍କୁ ପରାସ୍ତ କରିଥିଲେ। ବୋପାନ୍ନାଙ୍କ ସହ ୩ ପ୍ରତିଯୋଗିତା ଖେଳିଥିବା ଏବଡେନ୍ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଏବଡେନ୍ଙ୍କ ସହ ବୋପାନ୍ନା ଇଣ୍ଡିଆନ୍ ୱେଲ୍ସ ଡବଲ୍ସ ମୁକୁଟ ଜିତି ଏଟିପି ମାଷ୍ଟର୍ସ ୧୦୦୦ ଟ୍ରଫି ହାତେଇବାରେ ସବୁଠୁ ବୟସ୍କ ଖେଳାଳି ହୋଇଥିଲେ।

Tags: