ବିଶ୍ବକପ୍ ମ୍ୟାଚ୍ ବେଳେ ଦିଲ୍ଲୀ, ମୁମ୍ବାଇ ଷ୍ଟାଡିୟମରେ ବାଣ ଫୁଟିବନି
ମୁମ୍ବାଇ: ଦିଲ୍ଲୀ ଓ ମୁମ୍ବାଇରେ ଖେଳାଯିବାକୁ ଥିବା ଅବଶିଷ୍ଟ ବିଶ୍ବକପ୍ ମ୍ୟାଚ୍ଗୁଡ଼ିକରେ ବାଣ ଫୁଟାଯିବନି। ଏହି ଦୁଇ ମେଟ୍ରୋ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ହୋଇଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ଦିଲ୍ଲୀରେ ଆସନ୍ତା ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ମୁମ୍ବାଇରେ ଗୁରୁବାର ଓ ମଙ୍ଗଳବାର ଦୁଇଟି ଲିଗ୍ ପର୍ଯ୍ୟାୟ ସହିତ ୧୫ ତାରିଖରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବାର ଅଛି। ବିସିସିଆଇ ସମ୍ପାଦକ ଜୟ ଶାହ […]
ମୁମ୍ବାଇ: ଦିଲ୍ଲୀ ଓ ମୁମ୍ବାଇରେ ଖେଳାଯିବାକୁ ଥିବା ଅବଶିଷ୍ଟ ବିଶ୍ବକପ୍ ମ୍ୟାଚ୍ଗୁଡ଼ିକରେ ବାଣ ଫୁଟାଯିବନି। ଏହି ଦୁଇ ମେଟ୍ରୋ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ହୋଇଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ଦିଲ୍ଲୀରେ ଆସନ୍ତା ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ମୁମ୍ବାଇରେ ଗୁରୁବାର ଓ ମଙ୍ଗଳବାର ଦୁଇଟି ଲିଗ୍ ପର୍ଯ୍ୟାୟ ସହିତ ୧୫ ତାରିଖରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବାର ଅଛି। ବିସିସିଆଇ ସମ୍ପାଦକ ଜୟ ଶାହ ବୁଧବାର ଜାରି କରିଥିବା ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ, ପରିବେଶ ସମ୍ବନ୍ଧୀୟ ବିଷୟରେ ବିସିସିଆଇ ଅତ୍ୟନ୍ତ ସମ୍ବେଦନଶୀଳ। ଏ ବିଷୟରେ ଆଇସିସି ସହିତ ଆଲୋଚନା କରାଯିବା ପରେ ପ୍ରଦୂଷଣ ମାତ୍ରା ନବଢ଼ାଇବା ପାଇଁ ମୁମ୍ବାଇ ଓ ଦିଲ୍ଲୀରେ ବାଣ ଫୁଟାଯିବନି ବୋଲି ନିଷ୍ପତ୍ତି ହୋଇଛି। ପ୍ରଦୂଷଣ ଜନିତ ସମସ୍ୟାର ମୁକାବିଲା ପାଇଁ ବୋର୍ଡ ବଦ୍ଧ ପରିକର। ବିଶ୍ବକପ୍ର ପ୍ରତ୍ୟେକ ମ୍ୟାଚ୍କୁ ଆମେ ଉତ୍ସବ ଭଳି ପାଳନ କରୁଛୁ। ସେ ସମୟରେ ଆମ ସହିତ ଯୋଡ଼ି ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଚିନ୍ତା କରିବା ମଧ୍ୟ ଆମର ଦାୟିତ୍ବ ବୋଲି ଜୟ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ବାୟୁମଣ୍ଡଳ ଗତ ୧୫ ଦିନ ଧରି ‘ଅତି ଖରାପ’ ବର୍ଗରେ ଆସିଛି। ଏହାର ଏୟାର କ୍ବାଲିଟି ଇଣ୍ଡେକ୍ସ ୩୭୨ ରହିଛି। ସେହିପରି ମୁମ୍ବାଇ ମଧ୍ୟ ‘ଖରାପ’ ବର୍ଗ ମଧ୍ୟରେ ଆସୁଛି।




