ବିଶ୍ବକପ୍ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

ହରାରେ: ଶ୍ରୀଲଙ୍କା ପ୍ରଥମ ଦଳ ଭାବେ ଆଇସିସି ବିଶ୍ବକପ୍ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି। ବୁଲାୱାୟୋ କୁଇନ୍ସ ସ୍ପୋର୍ଟ୍ସ କ୍ଲବ୍ଠାରେ ଘରୋଇ ଜିମ୍ବାୱେକୁ ୯ ୱିକେଟ୍ରେ ପରାସ୍ତ କରି ଶ୍ରୀଲଙ୍କା ଏହି ଯୋଗ୍ୟତା ପାଇଛି। ଶ୍ରୀଲଙ୍କା ସୁପରସିକ୍ସରେ ସମସ୍ତ ୪ ମ୍ୟାଚ୍ ଜିତିଛି। ଯୋଗ୍ୟତା ପର୍ଯ୍ୟାୟରେ ଲଗାତାର ତିନୋଟି ମ୍ୟାଚ୍ ହାରି ବିଶ୍ବକପ୍ ଦୌଡ଼ରୁ ବାଦ୍ ପଡ଼ିଥିବା ୱେଷ୍ଟଇଣ୍ଡିଜ୍ ସହ ଶେଷ ଔପଚାରିକ ସୁପର ସିକ୍ସ ମ୍ୟାଚ୍ ଖେଳିବ ଶ୍ରୀଲଙ୍କା। ଏହି ମ୍ୟାଚ୍ରେ ମହେଶ ତୀକ୍ଷଣାଙ୍କ […]

Samaya Live Picture
Published On

ହରାରେ: ଶ୍ରୀଲଙ୍କା ପ୍ରଥମ ଦଳ ଭାବେ ଆଇସିସି ବିଶ୍ବକପ୍ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି। ବୁଲାୱାୟୋ କୁଇନ୍ସ ସ୍ପୋର୍ଟ୍ସ କ୍ଲବ୍ଠାରେ ଘରୋଇ ଜିମ୍ବାୱେକୁ ୯ ୱିକେଟ୍ରେ ପରାସ୍ତ କରି ଶ୍ରୀଲଙ୍କା ଏହି ଯୋଗ୍ୟତା ପାଇଛି। ଶ୍ରୀଲଙ୍କା ସୁପରସିକ୍ସରେ ସମସ୍ତ ୪ ମ୍ୟାଚ୍ ଜିତିଛି। ଯୋଗ୍ୟତା ପର୍ଯ୍ୟାୟରେ ଲଗାତାର ତିନୋଟି ମ୍ୟାଚ୍ ହାରି ବିଶ୍ବକପ୍ ଦୌଡ଼ରୁ ବାଦ୍ ପଡ଼ିଥିବା ୱେଷ୍ଟଇଣ୍ଡିଜ୍ ସହ ଶେଷ ଔପଚାରିକ ସୁପର ସିକ୍ସ ମ୍ୟାଚ୍ ଖେଳିବ ଶ୍ରୀଲଙ୍କା। ଏହି ମ୍ୟାଚ୍ରେ ମହେଶ ତୀକ୍ଷଣାଙ୍କ ୪/୨୫ ବୋଲିଂ ସଫଳତା ଯୋଗୁଁ ଘରୋଇ ଦଳ ୩୨.୨ ଓଭରେ ୧୬୫ ରନ୍ରେ ଅଲଆଉଟ୍ ହୋଇଥିଲା। ବିପର୍ଯ୍ୟୟ ଭରା ଏହି ପାଳିରେ ସିନ୍ ୱିଲିୟମ୍ସ ୫୬ ଓ ସିକନ୍ଦର ରାଜା ୩୧ ରନ୍ ଯୋଗୁଁ ଦଳ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ଦିଲସାନ୍ ମଧୁଶଙ୍କା ୩, ମଥିସା ପଥିରଣା ୨ ଓ ଦାସୁନ ସଣକା ୧ ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା କିନ୍ତୁ ଆରମ୍ଭରୁ ବିସ୍ଫୋରକ ଖେଳିଥିଲା। ପଥୁମ ନିଶଙ୍କା ଓ ଦିମୁଖ କରୁଣାରତ୍ନ (୩୦) ପ୍ରଥମ ୱିକେଟ୍ରେ ୧୦୩ ରନ୍ ଯୋଡ଼ିଥିଲେ। ପରେ କୁସାଲ ମେଣ୍ଡିସ୍ଙ୍କ ସହ ମିଶି ନିଶଙ୍କା ଦଳକୁ ୩୩.୧ ଓଭରରେ ଜିତାଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ନିଶଙ୍କା ଶତକ (୧୦୧*) ଅର୍ଜନ କରିଥିଲା ବେଳେ ମେଣ୍ଡିସ୍ ୨୫* ରନ୍ କରିଥିଲେ। ତୀକ୍ଷଣାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

Tags: