ବିଶ୍ବକପ୍ ବିଜ୍ଞାପନରୁ ଆଇସିସି ପାଇବ ୧୨୫୦ କୋଟି

ମୁମ୍ବାଇ: ଦିନିକିଆ କ୍ରିକେଟ୍ ବିଶ୍ବକପରୁ ଆଇସିସି ବିଜ୍ଞାପନ ଅର୍ଥ ବାବଦରେ ୧,୦୦୦ରୁ ୧,୨୫୦ କୋଟି ଟଙ୍କା ରୋଜଗାର କରିବ। ୨୦ରୁ ଅଧିକ ପ୍ରାୟୋଜକ ବା ବିଜ୍ଞାପନଦାତା ଏହି ଅର୍ଥ ଦେବେ। ଏଥର ଆଇସିସି ସହ ଏମ୍ଆରଏଫ୍ ଟାୟାର୍ସ, ବୁକିଂ ଡଟ୍ କମ୍, ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ୍, ମାଷ୍ଟର କାର୍ଡ, ଆରାମ୍କୋ ଓ ଏମିରେଟ୍ସ ଭଳି ୬ଟି ବହୁରାଷ୍ଟ୍ରୀୟ କମ୍ପାନି ଗ୍ଲୋବାଲ୍ ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ଅସ୍ଥିର ଆର୍ଥିକ ଅବସ୍ଥା ଲାଗି ଦୁଇ ଭାରତୀୟ କଂପାନି ବାଇଜୁ […]

Samaya Live Picture
Published On

ମୁମ୍ବାଇ: ଦିନିକିଆ କ୍ରିକେଟ୍ ବିଶ୍ବକପରୁ ଆଇସିସି ବିଜ୍ଞାପନ ଅର୍ଥ ବାବଦରେ ୧,୦୦୦ରୁ ୧,୨୫୦ କୋଟି ଟଙ୍କା ରୋଜଗାର କରିବ। ୨୦ରୁ ଅଧିକ ପ୍ରାୟୋଜକ ବା ବିଜ୍ଞାପନଦାତା ଏହି ଅର୍ଥ ଦେବେ। ଏଥର ଆଇସିସି ସହ ଏମ୍ଆରଏଫ୍ ଟାୟାର୍ସ, ବୁକିଂ ଡଟ୍ କମ୍, ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ୍, ମାଷ୍ଟର କାର୍ଡ, ଆରାମ୍କୋ ଓ ଏମିରେଟ୍ସ ଭଳି ୬ଟି ବହୁରାଷ୍ଟ୍ରୀୟ କମ୍ପାନି ଗ୍ଲୋବାଲ୍ ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ଅସ୍ଥିର ଆର୍ଥିକ ଅବସ୍ଥା ଲାଗି ଦୁଇ ଭାରତୀୟ କଂପାନି ବାଇଜୁ ଓ ଭାରତପେ ଓହରିଯିବା ପରେ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍ ଓ ମାଷ୍ଟର୍କାର୍ଡ ଶେଷ କ୍ଷଣରେ ଆଇସିସିର ଗ୍ଲୋବାଲ ପାର୍ଟନର ହୋଇଛନ୍ତି। ଏମାନେ ମିଳିତ ଭାବେ ୮୦ରୁ ୯୦ କୋଟି ଟଙ୍କା ଦେବେ। ସେହିଭଳି ବିରା୯୧, ପଲିକ୍ୟାବ୍, ଥମ୍ସ ଅପ୍, ଅପ୍ଷ୍ଟକ୍ସ, ନିଶାନ, ନିୟମ୍, ଓପ୍ପୋ ଓ ଡିପି ୱାର୍ଲ୍ଡ ଅଫିସିଆଲ୍ ପାର୍ଟନରଙ୍କଠାରୁ ମଧ୍ୟ ଆଇସିସି ମୋଟା ଅଙ୍କ ଆଦାୟ କରିବ। ରୟାଲ ଷ୍ଟାଗ୍, ଡ୍ରିମ୍ ଇଲେଭେନ୍, ଜ୍ୟାକବ୍ସ କ୍ରିକ୍, ନିଅର୍ ଫାଉଣ୍ଡେସନ୍, ଟାଇକା ଭଳି କଂପାନି ମଧ୍ୟ ବିଶ୍ବକପ୍ ବିଜ୍ଞାପନ ଦାତା ଭାବେ ୨୫ରୁ ୩୦ କୋଟି ଟଙ୍କା ବ୍ୟୟ କରିବେ। ଏହି ଦୃଷ୍ଟିରୁ ଏଥର ବିଶ୍ବକପ୍ ବିଜ୍ଞାପନ ଅର୍ଥ ଦୃଷ୍ଟିରୁ ଆଇସିସି ପାଇଁ ସବୁଠାରୁ ବଡ଼ ବିଶ୍ବକପ୍ ହେବ। ବିଶ୍ବକପ୍ ସହ ଯୋଡ଼ି ହୋଇ କଂପାନିଗୁଡ଼ିକ ନିଜନିଜର ବ୍ରାଣ୍ଡ ଭାଲ୍ୟୁ ବଢ଼ାଇବାକୁ ଲକ୍ଷ୍ୟ ରଖିଥିଲା ବେଳେ ଭାରତ ତଥା ବିଶ୍ବବଜାରରେ ନିଜନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Tags: