ବିଶ୍ବକପ୍ ପୂର୍ବରୁ ବାଂଲାଦେଶକୁ ଝଟକା, ଆମେରିକାଠୁ ୫ୱିକେଟରେ ପରାସ୍ତ

ହଷ୍ଟନ: ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍ରାଉଣ୍ଡର କୋରି ଆଣ୍ଡରସନ୍ ଏବଂ ଭାରତୀୟ କନିଷ୍ଠ ଦଳର ପୂର୍ବତନ ବ୍ୟାଟର୍ ହର୍ମିତ ସିଂହଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଆମେରିକା ଏଠାରେ ଖେଳାଯାଇଥିବା ପ୍ରଥମ ଘରୋଇ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ମଙ୍ଗଳବାର ଆମେରିକା ୫ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆଣ୍ଡରସନ୍ ୩୪* (୨୫ ବଲ୍, ୨ ଛକା) ଏବଂ ଭାରତୀୟ ୧୯ ବର୍ଷରୁ କମ୍ ଦଳରୁ ଖେଳିଥିବା ହର୍ମିତଙ୍କ […]

Samaya Live Picture
Published On

ହଷ୍ଟନ: ନ୍ୟୁଜିଲାଣ୍ଡର ପୂର୍ବତନ ଅଲ୍ରାଉଣ୍ଡର କୋରି ଆଣ୍ଡରସନ୍ ଏବଂ ଭାରତୀୟ କନିଷ୍ଠ ଦଳର ପୂର୍ବତନ ବ୍ୟାଟର୍ ହର୍ମିତ ସିଂହଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଆମେରିକା ଏଠାରେ ଖେଳାଯାଇଥିବା ପ୍ରଥମ ଘରୋଇ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଆମେରିକା ବିଜୟୀ ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ମଙ୍ଗଳବାର ଆମେରିକା ୫ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆଣ୍ଡରସନ୍ ୩୪* (୨୫ ବଲ୍, ୨ ଛକା) ଏବଂ ଭାରତୀୟ ୧୯ ବର୍ଷରୁ କମ୍ ଦଳରୁ ଖେଳିଥିବା ହର୍ମିତଙ୍କ ୩୩* (୧୩ ବଲ୍, ୨ ଚୌକା, ୩ ଛକା) ରନ୍, ଦଳକୁ ୩ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ପଞ୍ଚମ ୱିକେଟ୍ରେ ଏହି ଦୁଇ ଜଣ ୬୨ ରନ୍ର ଭାଗୀଦାରି ଗଢ଼ିଥିଲେ। ଆଇସିସି ପୂର୍ଣ୍ଣ ମାନ୍ୟତା ଦଳ ବିପକ୍ଷରେ ଆମେରିକାର ଏହା ଦ୍ବିତୀୟ ଟ୍ବେଣ୍ଟି-୨୦ ବିଜୟ। ୨୦୨୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା ଏହି ଦଳ। ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୬ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ତୋହିଦ ହୃଦୟ ୫୮ ରନ୍ର ପାଳି ଖେଳିଥିଲେ।

Tags: