ବିଶ୍ବକପ୍ ପାଇଁ ଅଜୟ ଜାଡେଜା ଆଫଗାନିସ୍ତାନ ମେଣ୍ଟର୍

ନୂ୍ଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଚଳିତ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ଦଳର ମେଣ୍ଟର୍ ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ ଗୌହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳୁଥିବା ବେଳେ ଜାଦେଜା ସେଠାରେ ଦଳ ସହିତ ଯୋଗ ଦେଇଛନ୍ତି। ଜାଡେଜା ପୂର୍ବରୁ ଦିଲ୍ଲୀର ପ୍ରଶିକ୍ଷକ ଭାବେ ୨୦୧୫ରେ ଦାୟିତ୍ବ ନେଇଥିଲେ। ପରେ ଭାଷ୍ୟକାର ଭାବେ ନୂଆ ପାଳି ଆରମ୍ଭ କରିଥିଲେ। ଆଫଗାନିସ୍ତାନ ତୃତୀୟ ଥର ପାଇଁ ବିଶ୍ବକପ୍ରେ ଖେଳିବାକୁ ଯାଉଛି। […]

Samaya Live Picture
Published On

ନୂ୍ଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଚଳିତ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ଦଳର ମେଣ୍ଟର୍ ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ ଗୌହାଟୀରେ ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ୱାର୍ମ ଅପ୍ ମ୍ୟାଚ୍ ଖେଳୁଥିବା ବେଳେ ଜାଦେଜା ସେଠାରେ ଦଳ ସହିତ ଯୋଗ ଦେଇଛନ୍ତି। ଜାଡେଜା ପୂର୍ବରୁ ଦିଲ୍ଲୀର ପ୍ରଶିକ୍ଷକ ଭାବେ ୨୦୧୫ରେ ଦାୟିତ୍ବ ନେଇଥିଲେ। ପରେ ଭାଷ୍ୟକାର ଭାବେ ନୂଆ ପାଳି ଆରମ୍ଭ କରିଥିଲେ। ଆଫଗାନିସ୍ତାନ ତୃତୀୟ ଥର ପାଇଁ ବିଶ୍ବକପ୍ରେ ଖେଳିବାକୁ ଯାଉଛି। ୨୦୧୪ ଓ ୨୦୧୯ ବିଶ୍ବକପ୍ ସଂସ୍କରଣ ପରେ ଏଥର ଭାରତରେ ଏହି ଇଭେଣ୍ଟ ଆୟୋଜନ ହେଉଥିବାରୁ ସ୍ଥାନୀୟ ପାଣିପାଗ ଓ ପରିବେଶ ସଂକ୍ରାନ୍ତରେ ଜ୍ଞାନ ପାଇବା ପାଇଁ ଜାଦେଜାଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। ଜାଦେଜା ଭାରତ ପାଇଁ ୧୯୯୨ ରୁ ୨୦୦୦ ମସିହା ମଧ୍ୟରେ ୧୫ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ୨୬.୧୮ ହାରରେ ସେ ୫୭୬ ରନ୍ ସଂଗ୍ରହ କରିଥିଲେ। ଏହାବାଦ୍ ସେ ଖେଳିଥିବା ୧୯୬ ଦିନିକିଆରୁ ୫୩୫୯ ରନ୍ କରିଛନ୍ତି। ଯେଉଁଥିରେ ୬ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ୍ ଅଛି।

Tags: