ବିଶ୍ବକପ୍ ପରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ

ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଶେଷ ହେବା ପରେ ଡିସେମ୍ବରରେ ଭାରତ ଟ୍ବେଣ୍ଟି-୨୦, ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଡିସେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ତିନୋଟି ଟ୍ବେଣ୍ଟି-୨୦, ଡିସେମ୍ବର ୧୭ରୁ ୨୧ ତାରିଖ ମଧ୍ୟରେ ତିନୋଟି ଦିନିକିଆ ଏବଂ ଡିସେମ୍ବର ୨୬ ଓ ଜାନୁଆରି ୩ ତାରିଖରୁ ଦୁଇଟି ଟେଷ୍ଟ ମ୍ୟାଚ୍ ଉଭୟ ଦଳଙ୍କ ମଧ୍ୟରେ ଖେଳାଯିବ। ଟ୍ବେଣ୍ଟି-୨୦ ମ୍ୟାଚ୍ଗୁଡ଼ିକ ଡର୍ବାନ୍, ଗ୍ବେବେର୍ହା ଓ ଜୋହାନ୍ସବର୍ଗରେ ଖେଳାଯିବ। ସେହିପରି ଦିନିକିଆ […]

Samaya Live Picture
Published On

ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଶେଷ ହେବା ପରେ ଡିସେମ୍ବରରେ ଭାରତ ଟ୍ବେଣ୍ଟି-୨୦, ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଡିସେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ତିନୋଟି ଟ୍ବେଣ୍ଟି-୨୦, ଡିସେମ୍ବର ୧୭ରୁ ୨୧ ତାରିଖ ମଧ୍ୟରେ ତିନୋଟି ଦିନିକିଆ ଏବଂ ଡିସେମ୍ବର ୨୬ ଓ ଜାନୁଆରି ୩ ତାରିଖରୁ ଦୁଇଟି ଟେଷ୍ଟ ମ୍ୟାଚ୍ ଉଭୟ ଦଳଙ୍କ ମଧ୍ୟରେ ଖେଳାଯିବ। ଟ୍ବେଣ୍ଟି-୨୦ ମ୍ୟାଚ୍ଗୁଡ଼ିକ ଡର୍ବାନ୍, ଗ୍ବେବେର୍ହା ଓ ଜୋହାନ୍ସବର୍ଗରେ ଖେଳାଯିବ। ସେହିପରି ଦିନିକିଆ ମ୍ୟାଚ୍ଗୁଡ଼ିକ ଜୋହାନ୍ସବର୍ଗ, ଗ୍ବେବେର୍ହା ଓ ପାର୍ଲରେ ଅନୁଷ୍ଠିତ ହେବ। ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍ ଓ ଦ୍ବିତୀୟ ଟେଷ୍ଟ କେପ୍ ଟାଉନ୍ରେ ଆୟୋଜିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Tags: