ବିଶ୍ବକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳକୁ ୧୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚାମ୍ପିଅନ୍‌ ହୋଇଥିବା ଭାରତୀୟ ଦଳ ପାଇଁ ମହାରାଷ୍ଟ୍ର ସରକାର ୧୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ବିଧାନ ଭବନଠାରେ ସ୍ଥାନୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଘୋଷଣା କରିଛନ୍ତି। ଏଠାରେ ସ୍ଥାନୀୟ ଖେଳାଳି ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ୟାଦବ, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ସେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ […]

Samaya Live Picture
Published On

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚାମ୍ପିଅନ୍‌ ହୋଇଥିବା ଭାରତୀୟ ଦଳ ପାଇଁ ମହାରାଷ୍ଟ୍ର ସରକାର ୧୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ବିଧାନ ଭବନଠାରେ ସ୍ଥାନୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଘୋଷଣା କରିଛନ୍ତି। ଏଠାରେ ସ୍ଥାନୀୟ ଖେଳାଳି ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ୟାଦବ, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ସେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ଫାଇନାଲ୍‌ରେ ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ କ୍ୟାଚ୍‌କୁ ମଧ୍ୟ ସେ ପ୍ରଶଂସା କରିବା ସହ ଦଳରେ ଥିବା ସହାୟକ ପ୍ରଶିକ୍ଷକ ପାରସ ମହାମ୍ବ୍ରେ ଓ ଅରୁଣ କ‌ାନାଡ଼େଙ୍କ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Tags: