ବିଶ୍ବକପ୍ ଉଦ୍ଘାଟନୀ ମ୍ୟାଚରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଫାଙ୍କା

ଅହମଦାବାଦ: ବିଶ୍ବର ସର୍ବବୃହତ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦର୍ଶକ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ୟାଲେରି ଖାଲି ପଡ଼ିଥିଲା। ୧ ହଜାରରୁ କମ୍ ଦର୍ଶକ ଷ୍ଟାଡିୟମ୍ରେ ଥିବା ଭଳି ଅନୁମାନ ହେଉଥିଲା। ସେଥିରୁ ଅଧିକାଂଶ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ ଏବଂ ମୁହଁରେ ତ୍ରିରଙ୍ଗା ଚିତ୍ରିତ କରିବା ଦେଖାଯାଇଛି। ଏତେ ବଡ ଷ୍ଟାଡିୟମ୍ରେ ଯଦିବି ୫୦ ହଜାର ଦର୍ଶକ ଆସନ୍ତି, ତାହେଲେ ମଧ୍ୟ ଏହା ଖାଁଖାଁ ଲାଗିବ। ଏକ ସୂଚନା […]

Samaya Live Picture
Published On

ଅହମଦାବାଦ: ବିଶ୍ବର ସର୍ବବୃହତ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଦର୍ଶକ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ୟାଲେରି ଖାଲି ପଡ଼ିଥିଲା। ୧ ହଜାରରୁ କମ୍ ଦର୍ଶକ ଷ୍ଟାଡିୟମ୍ରେ ଥିବା ଭଳି ଅନୁମାନ ହେଉଥିଲା। ସେଥିରୁ ଅଧିକାଂଶ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ ଏବଂ ମୁହଁରେ ତ୍ରିରଙ୍ଗା ଚିତ୍ରିତ କରିବା ଦେଖାଯାଇଛି। ଏତେ ବଡ ଷ୍ଟାଡିୟମ୍ରେ ଯଦିବି ୫୦ ହଜାର ଦର୍ଶକ ଆସନ୍ତି, ତାହେଲେ ମଧ୍ୟ ଏହା ଖାଁଖାଁ ଲାଗିବ। ଏକ ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି)ର ମହିଳାମୋର୍ଚ୍ଚା ପକ୍ଷରୁ ଉଦ୍ଘାଟନୀ ମ୍ୟାଚ୍ ପାଇଁ ୪୦ ହଜାର ମାଗଣା ଟିକେଟ୍ ବଣ୍ଟାଯିବାକୁ ଘୋଷଣା କରାଯାଇଥିଲା। ଏହାସତ୍ତ୍ବେ ଦର୍ଶକଙ୍କୁ ଏହି ମ୍ୟାଚ୍ ଆକୃଷ୍ଟ କରିପାରିନାହିଁ। ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଷ୍ଟାଡିୟମ୍ରେ ରହି ମ୍ୟାଚ୍ ଉପଭୋଗ କରିଥିଲେ। ସେ ସମୟରେ ଗ୍ୟାଲେରି ଭର୍ତ୍ତି କରିବାକୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଆଣି ବସାଯାଇଥିବା ଦେଖାଯାଇଥିଲା।

Tags: