ବିଶ୍ବକପ୍ ଅଧିନାୟକ ଭାବେ ରୋହିତ ଶର୍ମା ନୂଆ ମାଇଲଷ୍ଟୋନ୍ ଅତିକ୍ରମ କଲେ
ଅହମଦାବାଦ: ଲିଗ୍ ଓ ସେମିଫାଇନାଲ୍ ପରି ଫାଇନାଲ୍ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ବିସ୍ଫୋରକ ଖେଳ ଜାରି ରଖିଥିଲେ। ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲରଙ୍କୁ ଚୌକା, ଛକା ମାରି ଦଳକୁ ବସ୍ଫୋରକ ଆରମ୍ଭ ଦେଇଥିଲେ। ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ବଡ଼ ସଟ୍ ମାରିବାକୁ ଯାଇଥିଲେ ବି ବ୍ୟାଟ୍ ଏଜ୍ରେ ବଲ୍ ବାଜି ଟ୍ରାଭିସ୍ ହେଡ୍ଙ୍କ ହାତରେ ଧରାପଡ଼ିଥିଲା। ତେବେ ଆଉଟ୍ ହେବା ପୂର୍ବରୁ ୩୧ ବଲ୍ ଖେଳିଥିଲା ବେଳେ ୪ ଚୌକା ଓ ୩ ଛକା […]
ଅହମଦାବାଦ: ଲିଗ୍ ଓ ସେମିଫାଇନାଲ୍ ପରି ଫାଇନାଲ୍ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ବିସ୍ଫୋରକ ଖେଳ ଜାରି ରଖିଥିଲେ। ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲରଙ୍କୁ ଚୌକା, ଛକା ମାରି ଦଳକୁ ବସ୍ଫୋରକ ଆରମ୍ଭ ଦେଇଥିଲେ। ହେଲେ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ବଡ଼ ସଟ୍ ମାରିବାକୁ ଯାଇଥିଲେ ବି ବ୍ୟାଟ୍ ଏଜ୍ରେ ବଲ୍ ବାଜି ଟ୍ରାଭିସ୍ ହେଡ୍ଙ୍କ ହାତରେ ଧରାପଡ଼ିଥିଲା। ତେବେ ଆଉଟ୍ ହେବା ପୂର୍ବରୁ ୩୧ ବଲ୍ ଖେଳିଥିଲା ବେଳେ ୪ ଚୌକା ଓ ୩ ଛକା ସହାୟତାରେ ୪୭ ରନ୍ କରିଛନ୍ତି। ଏହାଫଳରେ ସେ ଚଳିତ ବିଶ୍ବକପ୍ରେ ୧୧ ମ୍ୟାଚ୍ରୁ ୫୯୭ ରନ୍ରେ ଅଭିଯାନ ଶେଷ କରିଛନ୍ତି। ଏହାଫଳରେ ଜଣେ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାରେ ସେ କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ କେନ୍ ୱିଲିୟମସନ୍ ୨୦୧୯ ସଂସ୍କରଣରେ ୫୭୮ ରନ୍ କରିଥିଲେ। ଏଥିସହ ବିଶ୍ବକପ୍ରେ ସର୍ବାଧିକ ଛକା (୩୧) ମାରିବାରେ ମଧ୍ୟ ସେ ଆଗରେ ରହିଛନ୍ତି। ସେହିପରି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଛକା ମାରିବାରେ ମଧ୍ୟ ରୋହିତ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ କ୍ରିସ୍ ଗେଲ୍କୁ ପଛରେ ପକାଇଛନ୍ତି। ଗେଲ୍ ଇଂଲଣ୍ଡ ବିପକ୍ଷରେ ମୋଟ ୮୫ ଛକା ମାରିଥିଲେ। କିନ୍ତୁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୮୬ ଛକା ମାରି ଏହାକୁ ଟପିଛନ୍ତି।




