ବିଶ୍ବକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବାରେ ଦକ୍ଷିଣ ଆଫ୍ରିକାର ରେକର୍ଡ
ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକା ସର୍ବାଧିକ ଛକାରେ ନୂଆ କୀର୍ତ୍ତିମାନ କରିଛି। କୌଣସି ବିଶ୍ବକପ୍ ସଂସ୍କରଣରେ ଗୋଟିଏ ଦଳ ସର୍ବାଧିକ ଛକା ମାରିବାରେ ଏହି କୀର୍ତ୍ତିମାନ ହୋଇଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଚଳିତ ସଂସ୍କରଣରେ ୭ ମ୍ୟାଚ୍ରୁ ୮୨ ଛକା ଅର୍ଜନ କରିସାରିଛି। ପୂର୍ବରୁ ଇଂଲଣ୍ଡ ୨୦୧୯ ବିଶ୍ବକପ୍ ସଂସ୍କରଣରେ ଇଂଲଣ୍ଡ ୧୧ ମ୍ୟାଚ୍ରୁ ୭୬ ଛକା ମାରି କୀର୍ତ୍ତିମାନ କରିଥିଲା। ବୁଧବାର ଦକ୍ଷିଣ ଆଫ୍ରିକା ପାଇଁ କ୍ବିଣ୍ଟନ ଡି’କକ୍ ୩, […]
ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକା ସର୍ବାଧିକ ଛକାରେ ନୂଆ କୀର୍ତ୍ତିମାନ କରିଛି। କୌଣସି ବିଶ୍ବକପ୍ ସଂସ୍କରଣରେ ଗୋଟିଏ ଦଳ ସର୍ବାଧିକ ଛକା ମାରିବାରେ ଏହି କୀର୍ତ୍ତିମାନ ହୋଇଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଚଳିତ ସଂସ୍କରଣରେ ୭ ମ୍ୟାଚ୍ରୁ ୮୨ ଛକା ଅର୍ଜନ କରିସାରିଛି। ପୂର୍ବରୁ ଇଂଲଣ୍ଡ ୨୦୧୯ ବିଶ୍ବକପ୍ ସଂସ୍କରଣରେ ଇଂଲଣ୍ଡ ୧୧ ମ୍ୟାଚ୍ରୁ ୭୬ ଛକା ମାରି କୀର୍ତ୍ତିମାନ କରିଥିଲା। ବୁଧବାର ଦକ୍ଷିଣ ଆଫ୍ରିକା ପାଇଁ କ୍ବିଣ୍ଟନ ଡି’କକ୍ ୩, ରାସି ଭାନ୍ ଡର ଡସନ ୫, ଡେଭିଡ୍ ମିଲର ୪ ଏବଂ ଐଦେନ ମାରକ୍ରମ ଓ ହେନରିକ୍ କ୍ଲାସେଁ ୧ ଲେଖାଏଁ ଛକା ମାରିଥିଲେ। ଏହି ତାଲିକାରେ ୱେଷ୍ଟଇଣ୍ଡିଜ୍ ୨୦୧୫ ସଂସ୍କରଣରେ ୬୮ ଛକା ମାରି ତୃତୀୟ ସ୍ଥାନରେ ରହିଛି।




