ବିଶ୍ବକପରେ ମନ୍ଥର ବୋଲିଂ ପାଇଁ ବାଂଲାଦେଶକୁ ଜରିମାନା

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ବାଂଲାଦେଶ ଉପରେ ଜରିମାନା ଲାଗିଛି। ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଧୀମା ଓଭର ବୋଲିଂ ପାଇଁ ଆଇସିସି ଶ୍ରୀଲଙ୍କା ଦଳ ଉପରେ ମ୍ୟାଚ୍ ପାଉଣାର ୫ ପ୍ରତିଶତ ଜରିମାନା ଲଗାଇଛି। ସାକିବ ଅଲ୍ ହାସନଙ୍କ ଦଳ ଶନିବାର ନିର୍ଦ୍ଧାରିତ ସମୟରେ ୧ ଓଭର କମ୍ ପକାଇଥିଲା। ପ୍ରତି ଓଭର କମ୍ ପାଇଁ ମ୍ୟାଚ୍ ପାଉଣାର ୫ ପ୍ରତିଶତ କଟାଯିବା ନେଇ ଆଇସିସି ନିୟମରେ ରହିଛି। ପଡ଼ିଆ ଅମ୍ପାୟାର ଏହସାନ ରାଜା, ପଲ […]

Samaya Live Picture
Published On

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ବାଂଲାଦେଶ ଉପରେ ଜରିମାନା ଲାଗିଛି। ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଧୀମା ଓଭର ବୋଲିଂ ପାଇଁ ଆଇସିସି ଶ୍ରୀଲଙ୍କା ଦଳ ଉପରେ ମ୍ୟାଚ୍ ପାଉଣାର ୫ ପ୍ରତିଶତ ଜରିମାନା ଲଗାଇଛି। ସାକିବ ଅଲ୍ ହାସନଙ୍କ ଦଳ ଶନିବାର ନିର୍ଦ୍ଧାରିତ ସମୟରେ ୧ ଓଭର କମ୍ ପକାଇଥିଲା। ପ୍ରତି ଓଭର କମ୍ ପାଇଁ ମ୍ୟାଚ୍ ପାଉଣାର ୫ ପ୍ରତିଶତ କଟାଯିବା ନେଇ ଆଇସିସି ନିୟମରେ ରହିଛି। ପଡ଼ିଆ ଅମ୍ପାୟାର ଏହସାନ ରାଜା, ପଲ ୱିଲସନ, ଆଦ୍ରିନ ହୋଲ୍ଡଷ୍ଟକ ଓ କୁମା ର ଧର୍ମସେନା ଅଭିଯୋଗ ପରେ ମ୍ୟାଚ୍ ରେଫରି ଜଭାଗାଲ ଶ୍ରୀନାଥ ଏହି ଜରିମାନା ଲଗାଇଛନ୍ତି। ସାକିବ ଦୋଷ ସ୍ବୀକାର କରି ନେବାରୁ ପରବର୍ତ୍ତୀ ଶୁଣାଣିର ଅବଶ୍ୟକ ପଡ଼ିନି। ଚଳିତ ବିଶ୍ବକପ୍ରେ ଏହା ଧୀମା ଓଭର ପାଇଁ ଦ୍ବିତୀୟ ଜରିମାନା। ପୂର୍ବରୁ ଶ୍ରୀଲଙ୍କା ଉପରେ ଜରିମାନା ଲାଗିଥିଲା।

Tags: