ବିବିସିର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ହର୍ମନପ୍ରୀତ୍‌ଙ୍କ ସହ ଭାରତରୁ ୩ଜଣ

ନୂଆଦିଲ୍ଲୀ: ବିବିସି ପକ୍ଷରୁ ଜାରି କରାଯାଇଥିବା ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତୀୟ କ୍ରିକେଟର୍ ହର୍ମନପ୍ରୀତ୍ କୌର ସ୍ଥାନ ପାଇଛନ୍ତି। ହର୍ମନପ୍ରୀତ୍ଙ୍କ ସହ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ଓ ଫଟୋଗ୍ରାଫର-ଲେଖକ ଆରତୀ କୁମାର ରାଓ ଏହି ତାଲିକାରେ ରହିଛନ୍ତି। ହର୍ମନପ୍ରୀତ୍ ଏବେ ଭାରତୀୟ ଦଳର ଅଧିନାୟିକା ଥିବା ବେଳେ ଦେଶର ଅନେକ ଝିଅମାନଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରେରଣା ଯୋଗାଉଛନ୍ତି। ୨୦୧୭ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ଚଳିତ […]

Samaya Live Picture
Published On

ନୂଆଦିଲ୍ଲୀ: ବିବିସି ପକ୍ଷରୁ ଜାରି କରାଯାଇଥିବା ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତୀୟ କ୍ରିକେଟର୍ ହର୍ମନପ୍ରୀତ୍ କୌର ସ୍ଥାନ ପାଇଛନ୍ତି। ହର୍ମନପ୍ରୀତ୍ଙ୍କ ସହ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ଓ ଫଟୋଗ୍ରାଫର-ଲେଖକ ଆରତୀ କୁମାର ରାଓ ଏହି ତାଲିକାରେ ରହିଛନ୍ତି। ହର୍ମନପ୍ରୀତ୍ ଏବେ ଭାରତୀୟ ଦଳର ଅଧିନାୟିକା ଥିବା ବେଳେ ଦେଶର ଅନେକ ଝିଅମାନଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରେରଣା ଯୋଗାଉଛନ୍ତି। ୨୦୧୭ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ଚଳିତ ବର୍ଷ ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍ରେ ସେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିଲା ବେଳେ ଦଳକୁ ପ୍ରଥମ ସଂସ୍କରଣରେ ବିଜେତା କରାଇଥିଲେ। ସେହିପରି ମହିଳା ବିଗ୍ ବାସ୍ ଲିଗ୍ ଓ ଇଂଲଣ୍ଡରେ ହେଉଥିବା ଦ ହଣ୍ଡ୍ରେଡ୍ରେ ସେ ଖେଳିଆସୁଛନ୍ତି। ବିବିସିର ଏହି ତାଲିକାରେ ଅନ୍ୟ ପ୍ରଭାବଶାଳୀଙ୍କ ମଧ୍ୟରେ ମିଚେଲ ଓବାମା ଓ ଅମନ କ୍ଲୁନିଙ୍କ ଭଳି ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ସ୍ଥାନିତ ହୋଇଛନ୍ତି।

Tags: