ବିନ୍ଦ୍ରାଙ୍କ ବିରଳ କୀର୍ତ୍ତିମାନ ସହ ସମକକ୍ଷ ହେଲେ ନୀରଜ
ନୂଆଦିଲ୍ଲୀ: ବୁଡାପେଷ୍ଟରେ ଐତିହାସିକ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଏକ ବିରଳ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଭାରତ ପ୍ରଥମ ଥର ପାଇଁ ବିଶ୍ବ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ଏଥିପୂର୍ବରୁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଥିଲେ। ଏଭଳି କରନାମା କରିବା ଦ୍ବାରା ସେ ଭାରତୀୟ ସୁଟର ଅଭିନବ ବିନ୍ଦ୍ରାଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିଅନ୍ସିପ୍ରେ ପଦକ ଜିତିବାରେ ବିନ୍ଦ୍ରାଙ୍କ ପରେ ନୀରଜ ଦ୍ବିତୀୟ ଭାରତୀୟ କ୍ରୀଡ଼ାବିତ୍ […]
ନୂଆଦିଲ୍ଲୀ: ବୁଡାପେଷ୍ଟରେ ଐତିହାସିକ ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଏକ ବିରଳ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଭାରତ ପ୍ରଥମ ଥର ପାଇଁ ବିଶ୍ବ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ଏଥିପୂର୍ବରୁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଥିଲେ। ଏଭଳି କରନାମା କରିବା ଦ୍ବାରା ସେ ଭାରତୀୟ ସୁଟର ଅଭିନବ ବିନ୍ଦ୍ରାଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିଅନ୍ସିପ୍ରେ ପଦକ ଜିତିବାରେ ବିନ୍ଦ୍ରାଙ୍କ ପରେ ନୀରଜ ଦ୍ବିତୀୟ ଭାରତୀୟ କ୍ରୀଡ଼ାବିତ୍ ହୋଇଛନ୍ତି। ଭାରତର ଶ୍ରେଷ୍ଠ ସୁଟର ଭାବେ ପରିଚିତ ବିନ୍ଦ୍ରା ପ୍ରଥମେୟ ୨୦୦୬ରେ ବିଶ୍ବ ଚାମ୍ପିଅନ୍ସିପ୍ରେ ସ୍ବର୍ଣ୍ଣ ଜିତିଥିଲେ ଓ ପରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଅଲିମ୍ପି୍ସରେ ପାଖାପାଖି ୧୦୦ ବର୍ଷର ଅଂଶଗ୍ରହଣ ପରେ ବିନ୍ଦ୍ରା ପ୍ରଥମ କ୍ରୀଡ଼ାବିତ୍ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ରବିବାର ନୀରଜ ସ୍ବର୍ଣ୍ଣ ଜିତିବା ପରେ ବିନ୍ଦ୍ରା ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିନନ୍ଦନ ଜଣାଇଥିଲେ।




