ବିଦାୟୀ ଅଲିମ୍ପିକ୍ସରେ ଆଲ୍କାରାଜଙ୍କୁ ସାଥୀ କରି ଡବଲ୍ସ ଖେଳିବେ ନାଡାଲ

ନୂଆଦିଲ୍ଲୀ: ୨୨ଥର ଗ୍ରାଣ୍ଡସ୍ଲାମ୍ ବିଜେତା ରାଫେଲ ନାଡାଲ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ କାର୍ଲୋସ ଆଲ୍କାରାଜଙ୍କୁ ସାଥୀ କରି ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିବେ। ନାଡାଲ୍ ଅଲିମ୍ପିକ୍ସରେ ଉଭୟ ଏକକ ଓ ଯୁଗଳରେ ଭାଗ ନେଉଥିବା ସଂପର୍କରେ ସ୍ପେନ୍ ଅଲିମ୍ପିକ୍ସ ଦଳର ଅଧିନାୟକ ଡେଭିଡ୍ ଫେରର୍ା କହିଛନ୍ତି। ତେଣୁ ପୁରୁଷ ଡବଲ୍ସରେ ଉଭୟ ନାଡାଲ୍ ଓ ଆଲ୍କାରାଜଙ୍କ ଯୋଡ଼ି ସବୁଠୁ ଶକ୍ତିଶାଳୀ ହୋଇଯାଇଛି। ଗତ ମାସରେ ଫ୍ରେଞ୍ଚ ଓପନ୍ରେ ପ୍ରଥମ ରାଉଣ୍ଡରୁ ବିଦାୟ […]

Samaya Live Picture
Published On

ନୂଆଦିଲ୍ଲୀ: ୨୨ଥର ଗ୍ରାଣ୍ଡସ୍ଲାମ୍ ବିଜେତା ରାଫେଲ ନାଡାଲ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ କାର୍ଲୋସ ଆଲ୍କାରାଜଙ୍କୁ ସାଥୀ କରି ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିବେ। ନାଡାଲ୍ ଅଲିମ୍ପିକ୍ସରେ ଉଭୟ ଏକକ ଓ ଯୁଗଳରେ ଭାଗ ନେଉଥିବା ସଂପର୍କରେ ସ୍ପେନ୍ ଅଲିମ୍ପିକ୍ସ ଦଳର ଅଧିନାୟକ ଡେଭିଡ୍ ଫେରର୍ା କହିଛନ୍ତି। ତେଣୁ ପୁରୁଷ ଡବଲ୍ସରେ ଉଭୟ ନାଡାଲ୍ ଓ ଆଲ୍କାରାଜଙ୍କ ଯୋଡ଼ି ସବୁଠୁ ଶକ୍ତିଶାଳୀ ହୋଇଯାଇଛି। ଗତ ମାସରେ ଫ୍ରେଞ୍ଚ ଓପନ୍ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବାରୁ ଅଲିମ୍ପିକ୍ସ ପରେ ସେ ଅବସର ନେବେ ବୋଲି ଘୋଷଣା କରିଥିଲେ ନାଡାଲ। ନାଡାଲ ୨୦୦୮ ବେଜିଂ ଅଲିମ୍ପିକ୍ସ ଏକକରେ ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦୧୬ ରିଓ ଅଲିମ୍ପିକ୍ସରେ ମାର୍କ ଲୋପେଜ୍ଙ୍କୁ ସାଥୀ କରି ପୁରୁଷ ଡବଲ୍ସ ଚାମ୍ପିଅନ୍ ହୋଇଥିଲେ।

Tags: