ବିଡବ୍ଲୁଏଫ୍ ମାନ୍ୟତା: ପଞ୍ଚମକୁ ଖସିଲେ ସାତ୍ତ୍ବିକ-ଚିରାଗ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପୁରୁଷ ଯୁଗଳ ବିଜେତା ଭାରରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଡବ୍ଲୁଏଫ୍ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଖସିଛନ୍ତି। ଏସୀୟ ବିଜେତା ପରେ ଏହି ଯୋଡ଼ି ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଗତ ସପ୍ତାହରେ ଫ୍ରେଞ୍ଚ୍ ଓପନ୍ ହାରି ଯିବାପରେ ୪ ସ୍ଥାନ ଖସି ଯାଇଛନ୍ତି। ତେବେ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଏଚ୍ଏସ୍ ପ୍ରଣୟ, ଲକ୍ଷ୍ୟ ସେନ ଓ କିଡ଼ାମ୍ବି ଶ୍ରୀକାନ୍ତ ନିଜ ନିଜ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପୁରୁଷ ଯୁଗଳ ବିଜେତା ଭାରରତୀୟ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଡବ୍ଲୁଏଫ୍ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଖସିଛନ୍ତି। ଏସୀୟ ବିଜେତା ପରେ ଏହି ଯୋଡ଼ି ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଗତ ସପ୍ତାହରେ ଫ୍ରେଞ୍ଚ୍ ଓପନ୍ ହାରି ଯିବାପରେ ୪ ସ୍ଥାନ ଖସି ଯାଇଛନ୍ତି। ତେବେ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଏଚ୍ଏସ୍ ପ୍ରଣୟ, ଲକ୍ଷ୍ୟ ସେନ ଓ କିଡ଼ାମ୍ବି ଶ୍ରୀକାନ୍ତ ନିଜ ନିଜ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ମହିଳା ଏକକରେ ସିନ୍ଧୁ ପୂର୍ବ ପରି ଦଶମ ସ୍ଥାନରେ ରହିଛନ୍ତି। ପୁରୁଷ ଏକକରେ ପ୍ରଣୟ, ଲକ୍ଷ୍ୟ ଓ ଶ୍ରୀକାନ୍ତ ଯଥାକ୍ରମେ ଅଷ୍ଟମ, ସପ୍ତଦଶ ଓ ୨୨ତମ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଅଷ୍ଟାଦଶ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।

Tags: