ବିଡବ୍ଲୁଏଫ୍ ମାନ୍ୟତାର ନବମ ସ୍ଥାନରେ ପ୍ରଣୟ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ମଙ୍ଗଳବାର ପ୍ରକାଶିତ ବିଡବ୍ଲୁଏଫ୍ ମାନ୍ୟତାରେ ଯଥାକ୍ରମେ ନବମ ଓ ଏକାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ମାନ୍ୟତାରେ ପ୍ରଣୟ ଗୋଟିଏ ସ୍ଥାନ ଉପରକୁ ଉଠିଥିଲା ବେଳେ ଲକ୍ଷ୍ୟ ଦୁଇଟି ସ୍ଥାନ ଚଢିଛନ୍ତି। ପୂର୍ବତନ ୧ ନମ୍ବର କିଦାମ୍ବି ଶ୍ରୀକାନ୍ତ ୧୯ତମ ସ୍ଥାନରେ ପହଞ୍ଚିଥିଲା ବେଳେ ଜାତୀୟ ବିଜେତା ମିଥୁନ୍ ମଞ୍ଜୁନାଥ ୪ଟି ସ୍ଥାନ ଉଠି ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲିମ୍ପିକ ପଦକ ବିଜେତା ପିଭି […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ମଙ୍ଗଳବାର ପ୍ରକାଶିତ ବିଡବ୍ଲୁଏଫ୍ ମାନ୍ୟତାରେ ଯଥାକ୍ରମେ ନବମ ଓ ଏକାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ମାନ୍ୟତାରେ ପ୍ରଣୟ ଗୋଟିଏ ସ୍ଥାନ ଉପରକୁ ଉଠିଥିଲା ବେଳେ ଲକ୍ଷ୍ୟ ଦୁଇଟି ସ୍ଥାନ ଚଢିଛନ୍ତି। ପୂର୍ବତନ ୧ ନମ୍ବର କିଦାମ୍ବି ଶ୍ରୀକାନ୍ତ ୧୯ତମ ସ୍ଥାନରେ ପହଞ୍ଚିଥିଲା ବେଳେ ଜାତୀୟ ବିଜେତା ମିଥୁନ୍ ମଞ୍ଜୁନାଥ ୪ଟି ସ୍ଥାନ ଉଠି ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ୧୭ତମ ସ୍ଥାନରେ ସ୍ଥିର ଅଛନ୍ତି। ସେହିପରି ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ମାନ୍ୟତାରେ ଉନ୍ନତି ହୋଇ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି।

Tags: