ବିଡବ୍ଲୁଏଫ୍ ମାନ୍ୟତାରେ ୧୫ତମ ସ୍ଥାନରେ ସିନ୍ଧୁ
ନୂଆଦିଲ୍ଲୀ: ଦୁଇ ଥରର ଅଲମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ବିଡବ୍ଲୁଏଫ୍ ବିଶ୍ବ ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ସଦ୍ୟତମ ମାନ୍ୟତା ତାଲିକାରେ ସିନ୍ଧୁ ଦୁଇଟି ସ୍ଥାନ ଉପରକୁ ଉଠି ୧୫ରେ ପହଞ୍ଚିଛନ୍ତି। ହେଲେ କିଦାମ୍ବି ଶ୍ରୀକାନ୍ତ ଗୋଟିଏ ସ୍ଥାନ ହରାଇ ୨୦କୁ ଖସିଆସିଛନ୍ତି। ନିକଟରେ ଅଷ୍ଟ୍ରେଲିଆନ୍ ଓପନ୍ରେ ସିନ୍ଧୁ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିବାରୁ ତାଙ୍କୁ ଏହି ଉନ୍ନତି ମିଳିଛି। ପ୍ରିୟାଂଶୁ ରାଜୱାତଙ୍କଠୁ ଅଷ୍ଟ୍ରେଲିଆନ୍ ଓପନ୍ରେ ପରାଜିତ ହେବାରୁ ଶ୍ରୀକାନ୍ତଙ୍କ ଅବନତି ହୋଇଛି। ଏହି ପ୍ରତିଯୋଗିତାରେ […]
ନୂଆଦିଲ୍ଲୀ: ଦୁଇ ଥରର ଅଲମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ବିଡବ୍ଲୁଏଫ୍ ବିଶ୍ବ ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହୋଇଛି। ସଦ୍ୟତମ ମାନ୍ୟତା ତାଲିକାରେ ସିନ୍ଧୁ ଦୁଇଟି ସ୍ଥାନ ଉପରକୁ ଉଠି ୧୫ରେ ପହଞ୍ଚିଛନ୍ତି। ହେଲେ କିଦାମ୍ବି ଶ୍ରୀକାନ୍ତ ଗୋଟିଏ ସ୍ଥାନ ହରାଇ ୨୦କୁ ଖସିଆସିଛନ୍ତି। ନିକଟରେ ଅଷ୍ଟ୍ରେଲିଆନ୍ ଓପନ୍ରେ ସିନ୍ଧୁ କ୍ବାର୍ଟରଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିବାରୁ ତାଙ୍କୁ ଏହି ଉନ୍ନତି ମିଳିଛି। ପ୍ରିୟାଂଶୁ ରାଜୱାତଙ୍କଠୁ ଅଷ୍ଟ୍ରେଲିଆନ୍ ଓପନ୍ରେ ପରାଜିତ ହେବାରୁ ଶ୍ରୀକାନ୍ତଙ୍କ ଅବନତି ହୋଇଛି। ଏହି ପ୍ରତିଯୋଗିତାରେ ଉପବିଜେତା ହୋଇଥିବା ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ଯଥାକ୍ରମେ ୯ ଓ ୧୧ ତମ ସ୍ଥାନରେ ସ୍ଥିର ଅଛନ୍ତି। ପ୍ରଥମ ଥର ପାଇଁ ସିଡ୍ନିରେ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଥିବା ରାଜୱାତ ତିନୋଟି ସ୍ଥାନ ଚଢ଼ି ୨୮ ରେ ପହଞ୍ଚିଛନ୍ତି। ମିଥୁନ୍ ମଞ୍ଜୁନାଥ ୭ଟି ସ୍ଥାନ ଓ କିରଣ ଜର୍ଜ ୬ଟି ସ୍ଥାନରେ ଉନ୍ନତି ଆଣି ଯଥାକ୍ରମେ ୪୩ ଓ ୪୯ତମ ସ୍ଥାନକୁ ଉଠିଛନ୍ତି। ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ବିତୀୟ ସ୍ଥାନରେ ଥିବା ବେଳେ ମହିଳା ଯୁଗଳ ଯୋଡ଼ି ତ୍ରୀଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଦୁଇଟି ସ୍ଥାନ ହରାଇ ୧୯କୁ ଖସିଛନ୍ତି।




