ବିଜୟ ପାଇଁ ୱେଷ୍ଟଇଣ୍ଡିଜକୁ ଆବଶ୍ୟକ ୨୮୯ ରନ୍, ଭାରତକୁ ୮ ୱିକେଟ୍

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ୱେଷ୍ଟଇଣ୍ଡିଜ୍କୁ ଜିତିବା ପାଇଁ ଶେଷ ଦିନରେ ଆଉ ୨୮୯ ରନ୍ ଆବଶ୍ୟକ ହେଉଥିଲା ବେଳେ ଭାରତ ୮ ୱିକେଟ୍ ଅପେକ୍ଷାରେ ରହିଛି। ଚତୁର୍ଥ ଦିନରେ ୱେଷ୍ଟଇଣ୍ଡିଜ୍ ୨୫୫ ରନ୍ରେ ଅଲଆଉଟ୍ ହେବା ପରେ ଭାରତ ୧୮୩ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଥିଲା। ଏହାପରେ ୧୮୧/୨ରେ ଦ୍ବିତୀୟ ପାଳି ଘୋଷଣା କରିବାରୁ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୬୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଘରୋଇ ଦଳ […]

Samaya Live Picture
Published On

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ୱେଷ୍ଟଇଣ୍ଡିଜ୍କୁ ଜିତିବା ପାଇଁ ଶେଷ ଦିନରେ ଆଉ ୨୮୯ ରନ୍ ଆବଶ୍ୟକ ହେଉଥିଲା ବେଳେ ଭାରତ ୮ ୱିକେଟ୍ ଅପେକ୍ଷାରେ ରହିଛି। ଚତୁର୍ଥ ଦିନରେ ୱେଷ୍ଟଇଣ୍ଡିଜ୍ ୨୫୫ ରନ୍ରେ ଅଲଆଉଟ୍ ହେବା ପରେ ଭାରତ ୧୮୩ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଥିଲା। ଏହାପରେ ୧୮୧/୨ରେ ଦ୍ବିତୀୟ ପାଳି ଘୋଷଣା କରିବାରୁ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୬୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଘରୋଇ ଦଳ ୨ ୱିକେଟ୍ ବିନିମୟରେ ୭୬ ରନ୍ ସଂଗ୍ରହ କରିଛି। ଓଭରନାଇଟ୍ ସ୍କୋର ୨୨୯/୫ରୁ ଖେଳ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ ମାତ୍ର ୨୬ ରନ୍ରେ ଅବଶିଷ୍ଟ ୫ ୱିକେଟ୍ ହରାଇଥିଲା। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ୱେଷ୍ଟଇଣ୍ଡିଜ୍ର ବିପର୍ଯ୍ୟୟ ଘଟାଇଥିଲେ। ଇଣ୍ଡିଜ୍ ହରାଇଥିବା ୫ଟିରୁ ୪ଟି ୱିକେଟ୍ ସେ ଅକ୍ତିଆର କରିଥିଲେ। ଅନ୍ୟଟି ପଦାର୍ପଣକାରୀ ମୁକେଶ କୁମାରଙ୍କ ଖାତାକୁ ଯାଇଥିଲା। ଦ୍ବିତୀୟ ପାଳିରେ ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ୍ ୩୮, ରୋହିତ ଶର୍ମା ୫୭, ଶୁବମନ ଗିଲ୍ ୨୯*, ଇଶାନ କିଶନ ୫୨* ରନ୍ ସ୍କୋର କରିଥିଲେ।

Tags: