ବିଜୟ ଉତ୍ସବରେ ଭାରତୀୟ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜର୍ସି; ମୋଦୀଙ୍କୁ ବି ଉପହାର ଦିଆଗଲା

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚାମ୍ପିଅନ୍‌ ଭାରତୀୟ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜର୍ସିର ବ୍ୟବସ୍ଥା କରିଥିଲା ବିସିସିଆଇ। ବିଶ୍ବକପ୍‌ରେ ଖେଳିଥିବା ମ୍ୟାଚ୍‌ ଜର୍ସି ଭଳି ଅବିକଳ ଜର୍ସି ପ୍ରସ୍ତୁତ ହୋଇଥିଲା ବେଳେ ଏହାର ସମ୍ମୁଖ ଭାଗରେ ଭାରତର ନାମ ତଳକୁ ‘ଚାମ୍ପିଅନ୍‌ସ’ ଲେଖାଯାଇଥିଲା। ଭାରତୀୟ ଖେଳାଳିମାନେ ଦିନ ତମାମ୍‌ ଏହି ଜର୍ସିକୁ ପରିଧାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତବେଳେ ଭାରତୀୟ ଖେଳାଳିମାନେ ଏହି ସ୍ବତନ୍ତ୍ର ଜର୍ସି ପିନ୍ଧିଥିବା ଦେଖାଯାଇଥିଲା। ଭାରତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚାମ୍ପିଅନ୍‌ ଭାରତୀୟ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜର୍ସିର ବ୍ୟବସ୍ଥା କରିଥିଲା ବିସିସିଆଇ। ବିଶ୍ବକପ୍‌ରେ ଖେଳିଥିବା ମ୍ୟାଚ୍‌ ଜର୍ସି ଭଳି ଅବିକଳ ଜର୍ସି ପ୍ରସ୍ତୁତ ହୋଇଥିଲା ବେଳେ ଏହାର ସମ୍ମୁଖ ଭାଗରେ ଭାରତର ନାମ ତଳକୁ ‘ଚାମ୍ପିଅନ୍‌ସ’ ଲେଖାଯାଇଥିଲା। ଭାରତୀୟ ଖେଳାଳିମାନେ ଦିନ ତମାମ୍‌ ଏହି ଜର୍ସିକୁ ପରିଧାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତବେଳେ ଭାରତୀୟ ଖେଳାଳିମାନେ ଏହି ସ୍ବତନ୍ତ୍ର ଜର୍ସି ପିନ୍ଧିଥିବା ଦେଖାଯାଇଥିଲା। ଭାରତୀୟ ଖେଳାଳିମାନେ ବିଶ୍ବକପ୍‌ ଟ୍ରଫି ସହ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଖେଳାଳିଙ୍କ ସହ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ବକପ୍‌ ଅଭିଜ୍ଞତା ବିଷୟରେ ପ୍ରତ୍ୟେକ ଖେଳାଳିଙ୍କ ସହିତ ମୋଦୀ ପଚାରି ବୁଝିଥିଲେ। ପରେ ଖେଳାଳି ଓ ସେମାନଙ୍କ ପରିବାର ସହ ଫଟୋ ସୁଟ୍‌ ହୋଇଥିଲା। ଏହି ଅବସରରେ ବିସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଜର୍ସି ଉପହାର ଦେଇଥିଲା। ଏହି ଜର୍ସିର ପଛପଟରେ ‘ନମୋ ୧’ ଲେଖା ରହିଥିଲା।

Tags: