ବାଂଲାଦେଶକୁ ୮ ୱିକେଟରେ ହରାଇ ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ ବିଜୟ
ଚେନ୍ନାଇ: ନ୍ୟୁଜିଲାଣ୍ଡ ଲଗାତାର ତୃତୀୟ ବିଜୟ ପାଇ ଚଳିତ ବିଶ୍ବକପରେ ୬ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ପୁଣି ଥରେ ଫେରିଛି। ଶୁକ୍ରବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୨୪୬ ରନ୍ର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨ ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିବା ଲୋକି ଫୁର୍ଗ୍ୟୁସନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ […]
ଚେନ୍ନାଇ: ନ୍ୟୁଜିଲାଣ୍ଡ ଲଗାତାର ତୃତୀୟ ବିଜୟ ପାଇ ଚଳିତ ବିଶ୍ବକପରେ ୬ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ପୁଣି ଥରେ ଫେରିଛି। ଶୁକ୍ରବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୨୪୬ ରନ୍ର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨ ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିବା ଲୋକି ଫୁର୍ଗ୍ୟୁସନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଏହି ମ୍ୟାଚ୍ରେ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ମ୍ୟାଚର ପ୍ରଥମ ବଲରେ ଲିଟନ ଦାସ ଖାତା ଖୋଲିବା ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ପ୍ୟାଭିଲିୟନ୍କୁ ପଠାଇଦେଇଥିଲେ। ଏହାପରଠୁ ୱକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା। ବିପର୍ଯ୍ୟୟ ଭରା ଏହି ପାଳିରେ ସାକିବ ଅଲ ହାସନ ଓ ମୁସଫିକର ରହିମ ପଞ୍ଚମ ୱିକେଟ୍ରେ ୯୬ ରନ୍ ଯୋଡ଼ି ଦଳକୁ ୧୫୦ ପାର୍ କରାଇଥିଲେ। କିନ୍ତୁ ଉଭୟଙ୍କ ୱିକେଟ୍ ଯିବା ପରେ ନିମ୍ନକ୍ରମରେ ମହମୁଦୁଲ୍ଲା (୪୧*) ଏକମାତ୍ର ଖେଳାଳି ଭାବେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାହସର ସହ ସାମ୍ନା କରିଥିଲେ। ଏହା ଜବାବରେ ଡେଭନ୍ କନୱେ (୪୫) ଓ ରାଚିନ ରବୀନ୍ଦ୍ର (୯)ଙ୍କ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। କେନ୍ ୱିଲିୟମସନ୍ ଅର୍ଦ୍ଧଶତକୀୟ ପାଳି ଖେଳି ୭୮ ରନ୍ କରିଥିଲା ବେଳେ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ଡାରେଲ ମିଚେଲ (୮୯*) ଓ ଗ୍ଲେନ୍ ଫିଲିପ୍ସ (୧୬*) ଙ୍କ ଅବିଭାଜିତ ଯୋଡ଼ି ଦଳକୁ ଜିତାଇଥିଲା।




