ବର୍ଷା ଯୋଗୁଁ ପଏଣ୍ଟ ଭାଗ କଲେ ଚେନ୍ନାଇ ସୁପର କିଙ୍ଗସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ୪୫ତମ ମ୍ୟାଚ୍ରେ ସିଏସ୍କେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ ପାଇଥିବା ଲକ୍ଷ୍ନୌ ୧୯.୨ ଓଭରରେ ୭ ୱିକେଟ୍ ହରାଇ ୧୨୫ […]
ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ୪୫ତମ ମ୍ୟାଚ୍ରେ ସିଏସ୍କେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ ପାଇଥିବା ଲକ୍ଷ୍ନୌ ୧୯.୨ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା ବେଳେ ବର୍ଷା ଖେଳରେ ବାଧା ଦେଇଥିଲା। ଏହା ପରେ ଆଉ ମ୍ୟାଚ୍ ସମ୍ଭବ ହୋଇନଥିଲା। ଘରୋଇ ଦଳର ମଧ୍ୟକ୍ରମ ବ୍ୟାଟର୍ ଆୟୁଷ ବାଦୋନି ୫୯ ରନ୍ (୩୩ ବଲ୍, ୨ ଚୌକା, ୪ ଛକା) ରନ୍ କରି ଏକମାତ୍ର ସଫଳ ବ୍ୟାଟର ଥିଲେ। ନିକୋଲାସ ପୁରନ ୨୦, କାଇଲ ମେୟର୍ସ ୧୪ ଓ ମନନ ଭୋରା ୧୦ ରନ୍ କରି ଦୁଇ ଅଙ୍କ ଛୁଇଁଥିଲେ। ଚେନ୍ନାଇ ପକ୍ଷରୁ ମୋଇନ ଅଲୀ ୨, ମହେଶ ତୀକ୍ଷଣା ୨ ଓ ମଥୀଶା ପଥିରଣା ୨ ୱିକେଟ୍ ପାଇଥିଲେ।




