ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଦଳରେ ମ୍ୟାକ୍‌ସ୍ବିନୀ ନୂଆ ମୁହଁ

ମେଲବର୍ଣ୍ଣ: ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ ଘୋଷିତ ହୋଇଛି। ଏହି ଦଳରେ ନବାଗତ ବ୍ୟାଟର୍ ନାଥନ୍ ମ୍ୟାକ୍‌ସ୍ବିନୀଙ୍କୁ ସୁଯୋଗ ମିଳିଛି। ସେହିଭଳି ଦ୍ରୁତ ବୋଲର ସ୍କଟ୍ ବୋଲାଣ୍ଡ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନେକ ତର୍କବିତର୍କ ପରେ ଏକାଧିକ ଦାବିଦାରଙ୍କୁ ପଛରେ ପକାଇ ମ୍ୟାକ୍‌ସ୍ବିନୀ ଟେଷ୍ଟ୍ ଦଳରେ ସାମିଲ ହୋଇଥିବାରୁ ସେ ଉସ୍‌ମାନ ଖୱାଜାଙ୍କ ସହ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। […]

Samaya Live Picture
Published On

ମେଲବର୍ଣ୍ଣ: ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ ଘୋଷିତ ହୋଇଛି। ଏହି ଦଳରେ ନବାଗତ ବ୍ୟାଟର୍ ନାଥନ୍ ମ୍ୟାକ୍‌ସ୍ବିନୀଙ୍କୁ ସୁଯୋଗ ମିଳିଛି। ସେହିଭଳି ଦ୍ରୁତ ବୋଲର ସ୍କଟ୍ ବୋଲାଣ୍ଡ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନେକ ତର୍କବିତର୍କ ପରେ ଏକାଧିକ ଦାବିଦାରଙ୍କୁ ପଛରେ ପକାଇ ମ୍ୟାକ୍‌ସ୍ବିନୀ ଟେଷ୍ଟ୍ ଦଳରେ ସାମିଲ ହୋଇଥିବାରୁ ସେ ଉସ୍‌ମାନ ଖୱାଜାଙ୍କ ସହ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ୨୫ ବର୍ଷୀୟ ଏହି ଯୁବ ଓପନର୍‌ଙ୍କ ଖେଳ ଟେଷ୍ଟ୍‌ କ୍ରିକେଟ୍ ପାଇଁ ଉପଯୁକ୍ତ ହେବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ପ୍ରକାଶ କରିଛନ୍ତି। ସାମୟିକ ପାଇଁ ପାଳି ଆରମ୍ଭ କରିଥିବା ଷ୍ଟିଭ୍ ସ୍ମିଥ୍‌ଙ୍କ ଏହି ଦାୟିତ୍ବ ଏକ ପ୍ରକାର ଶେଷ ହୋଇଯାଇଛି ବୋଲି କୁହାଯାଇଛି। ଘୋଷିତ ଏହି ୧୩ ଜଣିଆ ଦଳରେ ଇଂଲଣ୍ଡ ଜନ୍ମିତ ଅନ୍‌କ୍ୟାପ୍‌ଡ ବ୍ୟାଟର୍‌ ଜୋସ୍ ଇଙ୍ଗଲିସ୍‌ଙ୍କୁ ସ୍ଥାନ ମିଳିଛି। ୱିକେଟ୍‌ରକ୍ଷକ ଆଲେକ୍ସ କ୍ୟାରିଙ୍କ ଆହତ ସମସ୍ୟା ଲାଗି ତାଙ୍କୁ ବିକଳ୍ପ ଭାବେ ନିଆଯାଇଛି। ଅଧିନାୟକ ପ୍ୟାଟ୍ କମିନ୍ସ, ଜୋସ୍ ହା‌ଜେଲ୍‌ଉଡ୍‌, ମିଚେଲ୍ ଷ୍ଟାର୍କଙ୍କ ବିକଳ୍ପ ଭାବେ ସ୍କଟ୍‌ ବୋଲାଣ୍ଡଙ୍କୁ ଦଳକୁ ଫେରାଇ ଅଣାଯାଇଛି। ଟେଷ୍ଟ୍ ସୁଯୋଗ ପାଇଥିବା ବେଳେ ବୋଲାଣ୍ଡ୍ ଭଲ ପ୍ରଦର୍ଶନ କରିଥିବାରୁ ସେ ଦଳର ମୂଲ୍ୟବାନ ସଦସ୍ୟ ହୋଇପାରିଛନ୍ତି ବୋଲି ବେଲି କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ୫ ମ୍ୟାଚ୍‌ ଶୃଙ୍ଖଳା ପର୍ଥରୁ ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ୪ ଟେଷ୍ଟ୍‌ ଆଡିଲେଡ୍‌ (ଦିବାରାତ୍ର), ବ୍ରିସବେନ୍‌, ମେଲବର୍ଣ୍ଣ ଓ ସିଡ୍‌ନିରେ ଖେଳାଯିବ।

Tags: