ବକ୍ସିଂ ବିଶ୍ବ ଚାମ୍ପିଅନସିପରେ ଭାରତ ପାଇଁ ପଦକ ପକ୍କା କଲେ ଦୀପକ, ହୁସାମୁଦ୍ଦିନ, ନିଶାନ୍ତ

ତାସକେଣ୍ଟ: ଭାରତୀୟ ମୁଷ୍ଟିଯୋଦ୍ଧା ଦୀପକ ଭୋରିଆ, ମହମ୍ମଦ ହୁସାମୁଦିନ ଏବଂ ନିଶାନ୍ତ ଦେବ ଏଠାରେ ଚାଲିଥିବା ପୁରୁଷ ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପ୍ରେ ପଦକ ପକ୍କା କରିଛନ୍ତି। ବୁଧବାର ୫୧ କେଜି କ୍ବାର୍ଟରଫାଇନାଲ୍ରେ ଦୀପକ ୫-୦ରେ କିର୍ଗିଜସ୍ତାନର ନୁର୍ଝିଗିତ ଦିଉସେବାଭଙ୍କୁ ପରାସ୍ତ କରିଥିଲେ। ସେହିପରି ୫୭ କେଜି ବର୍ଗରେ ୨ ଥରର ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ହୁସାମୁଦିନ କଡ଼ା ସଂଘର୍ଷ କରି ୪-୩ରେ ବୁଲଗେରିଆର ଦିଆଜ ଇବାନେଜଙ୍କୁ ମାତ୍ ଦେଇଥିଲେ। ୭୧ କେଜି ବର୍ଗରେ ନିଶାନ୍ତ ୫-୦ରେ କ୍ୟୁବାର […]

Samaya Live Picture
Published On

ତାସକେଣ୍ଟ: ଭାରତୀୟ ମୁଷ୍ଟିଯୋଦ୍ଧା ଦୀପକ ଭୋରିଆ, ମହମ୍ମଦ ହୁସାମୁଦିନ ଏବଂ ନିଶାନ୍ତ ଦେବ ଏଠାରେ ଚାଲିଥିବା ପୁରୁଷ ବିଶ୍ବ ବକ୍ସିଂ ଚାମ୍ପିଅନ୍ସିପ୍ରେ ପଦକ ପକ୍କା କରିଛନ୍ତି। ବୁଧବାର ୫୧ କେଜି କ୍ବାର୍ଟରଫାଇନାଲ୍ରେ ଦୀପକ ୫-୦ରେ କିର୍ଗିଜସ୍ତାନର ନୁର୍ଝିଗିତ ଦିଉସେବାଭଙ୍କୁ ପରାସ୍ତ କରିଥିଲେ। ସେହିପରି ୫୭ କେଜି ବର୍ଗରେ ୨ ଥରର ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ହୁସାମୁଦିନ କଡ଼ା ସଂଘର୍ଷ କରି ୪-୩ରେ ବୁଲଗେରିଆର ଦିଆଜ ଇବାନେଜଙ୍କୁ ମାତ୍ ଦେଇଥିଲେ। ୭୧ କେଜି ବର୍ଗରେ ନିଶାନ୍ତ ୫-୦ରେ କ୍ୟୁବାର କୁଏଲରଙ୍କୁ ହରାଇଥିଲେ। ସେମିଫାଇନାଲ୍ରେ ପହଞ୍ଚି ଏହି ୩ ଜଣ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ବିଶ୍ବ ଚାମ୍ପିଅନ୍ସିପ୍ ଇତିହାସରେ ଗୋଟିଏ ସଂସ୍କରଣରେ ୩ ପଦକ ପକ୍କା ହେବା ଭାରତ ଲାଗି ଏହା ପ୍ରଥମ।

Tags: