ଫ୍ରେଞ୍ଚ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଲକାରାଜ-ଭେରେଭ ମୁକାବିଲା
ପ୍ୟାରିସ୍: ରବିବାର ହେବାକୁ ଥିବା ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ବିଶ୍ବର ୩ ନମ୍ବର କାର୍ଲୋସ ଅଲ୍କାରାଜଙ୍କ ମୁକାବିଲା ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନ ଖେଳାଳି ଆଲେକଜାଣ୍ଡର୍ ଭେରେଭଙ୍କ ସହିତ ହେବ। ପ୍ରଥମ ସେମିଫାଇନାଲ୍ରେ ଆଲକାରାଜ ନିଜଠୁ ଗୋଟିଏ ମାନ୍ୟତା ଉପରେ ଥିବା ୟାନିକ ସିନ୍ନରଙ୍କୁ ହରାଇଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ସେମିଫାଇନାଲ୍ରେ ଆଲକାରାଜ ୨-୬, ୬-୩, ୩-୬, ୬-୪, ୬-୩ ସେଟ୍ରେ ଅଷ୍ଟ୍ରେଲିଆନ୍ ଓପନ୍ ଚାମ୍ପିଅନ୍ ସିନ୍ନରଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ସହ ୨ […]
ପ୍ୟାରିସ୍: ରବିବାର ହେବାକୁ ଥିବା ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ବିଶ୍ବର ୩ ନମ୍ବର କାର୍ଲୋସ ଅଲ୍କାରାଜଙ୍କ ମୁକାବିଲା ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନ ଖେଳାଳି ଆଲେକଜାଣ୍ଡର୍ ଭେରେଭଙ୍କ ସହିତ ହେବ। ପ୍ରଥମ ସେମିଫାଇନାଲ୍ରେ ଆଲକାରାଜ ନିଜଠୁ ଗୋଟିଏ ମାନ୍ୟତା ଉପରେ ଥିବା ୟାନିକ ସିନ୍ନରଙ୍କୁ ହରାଇଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ସେମିଫାଇନାଲ୍ରେ ଆଲକାରାଜ ୨-୬, ୬-୩, ୩-୬, ୬-୪, ୬-୩ ସେଟ୍ରେ ଅଷ୍ଟ୍ରେଲିଆନ୍ ଓପନ୍ ଚାମ୍ପିଅନ୍ ସିନ୍ନରଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ସହ ୨ ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ଅଲ୍କାରାଜ ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ୍ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ଅଲ୍କାରାଜ ପୂର୍ବରୁ ୱିମ୍ବଲଡନ୍ (୨୦୨୩) ଓ ୟୁଏସ୍ ଓପନ୍ (୨୦୨୨) ଟ୍ରଫି ଜିତିଛନ୍ତି। ଅନ୍ୟପକ୍ଷରେ ଭେରେଭ୍ ମଧ୍ୟ ପ୍ରଥମ ଥର ଫ୍ରେଞ୍ଚ୍ ଓପନ୍ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦ୍ବିତୀୟ ସେମିଫାଇନାଲ୍ରେ ଭେରେଭ ସପ୍ତମ ମାନ୍ୟତାପ୍ରାପ୍ତ ନରୱେ ଖେଳାଳି କାସପର୍ ରୁଡଙ୍କୁ ୨-୬, ୬-୨, ୬-୪, ୬-୨ରେ ପରାସ୍ତ କରିଦେଇଥିଲେ।




