ଫ୍ରେଞ୍ଚ ଓପନ୍ କ୍ବାର୍ଟରରେ ଜାବିଉର, ମାୟା, ରୁଡ୍

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍ରେ ଟ୍ୟୁନିସିଆର ଓନ୍ସ ଜାବିଉର ଓ ବ୍ରାଜିଲର ବିତ୍ରିଜ ହାଡାଡ ମାୟା ମୁକାବିଲା କରିବେ। ପ୍ରିକ୍ବାର୍ଟର ଫାଇନାଲ୍ରେ ଜାବିଉର ୬-୩, ୬-୧ ସେଟ୍ରେ ଆମେରିକାର ବେର୍ନାର୍ଡା ପେରାଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ୱିମ୍ବଲଡନ୍ ଓ ୟୁଏସ୍ ଫାଇନାଲ୍ ଖେଳିଥିବା ଜାବିଉର ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍ରେ ମାୟା କଡ଼ା ସଂଘର୍ଷ […]

Samaya Live Picture
Published On

ପ୍ୟାରିସ: ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍ରେ ଟ୍ୟୁନିସିଆର ଓନ୍ସ ଜାବିଉର ଓ ବ୍ରାଜିଲର ବିତ୍ରିଜ ହାଡାଡ ମାୟା ମୁକାବିଲା କରିବେ। ପ୍ରିକ୍ବାର୍ଟର ଫାଇନାଲ୍ରେ ଜାବିଉର ୬-୩, ୬-୧ ସେଟ୍ରେ ଆମେରିକାର ବେର୍ନାର୍ଡା ପେରାଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ୱିମ୍ବଲଡନ୍ ଓ ୟୁଏସ୍ ଫାଇନାଲ୍ ଖେଳିଥିବା ଜାବିଉର ପ୍ରଥମ ଥର ଲାଗି ଫ୍ରେଞ୍ଚ ଓପନ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍ରେ ମାୟା କଡ଼ା ସଂଘର୍ଷ ପରେ ୬-୭, ୬-୩, ୭-୫ ସେଟ୍ରେ ସ୍ପେନ୍ର ସାରା ସୋରିବେସ୍ଙ୍କୁ ହରାଇଥିଲେ। ଏଥିସହ ମାୟା ଜୀବନର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲ୍ରେ କାସପର ରୁଡ ପ୍ରବେଶ କରିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍ରେ ଚିଲିର ନିକୋଲାସ ଜାରିଙ୍କୁ ୭-୬ (୭/୩), ୭-୫, ୭-୫ ସେଟ୍ରେ ରୁଡ ପରାସ୍ତ କରିଥିଲେ।

Tags: