ଫ୍ରେଞ୍ଚ ଓପନରେ ନୋଭାକ୍ ଜୋକୋଭିକଙ୍କ ବିଜୟ ଅଭିଯାନ

ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍ରେ ସର୍ବିଆ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଜୋକୋନଭିକ ସିଧାସଳଖ ୬-୩, ୬-୨, ୭-୬ (୭-୧) ସେଟ୍ରେ ପ୍ରଦାର୍ପଣକାରୀ ଆଲେକସାନ୍ଦର କୋଭସେଭିକଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ଜୋକୋଭିକ ୨୪ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ସ୍ପେନ୍ର ରୋବର୍ତୋ ବୌତିସା ଅଗଟ, ଇଂଲଣ୍ଡର କାମେରନ ନୁରି ଓ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନାର ନିଜ ନିଜ […]

Samaya Live Picture
Published On

ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍ରେ ସର୍ବିଆ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଜୋକୋନଭିକ ସିଧାସଳଖ ୬-୩, ୬-୨, ୭-୬ (୭-୧) ସେଟ୍ରେ ପ୍ରଦାର୍ପଣକାରୀ ଆଲେକସାନ୍ଦର କୋଭସେଭିକଙ୍କୁ ମାତ୍ ଦେଇଥିଲେ। ଏହି ବିଜୟ ଜୋକୋଭିକ ୨୪ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ସ୍ପେନ୍ର ରୋବର୍ତୋ ବୌତିସା ଅଗଟ, ଇଂଲଣ୍ଡର କାମେରନ ନୁରି ଓ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନାର ନିଜ ନିଜ ମ୍ୟାଚ୍ ଜିତି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଗଟ ୭-୬ (୭-୪), ୬-୧, ୬-୧ ସେଟ୍ରେ ଚୀନ୍ର ଉ ୟିବିଂଙ୍କୁ, ନୁରି ୭-୫, ୪-୬, ୩-୬, ୬-୧, ୬-୪ ସେଟ୍ରେ ପ୍ୟାରିସର ବେନଟ ପେୟାରଙ୍କୁ, ମିନାର ୬-୧, ୫-୭, ୬-୧, ୬-୩ ସେଟ୍ରେ ବେଲାରୁଷର ଲିୟା ଇଭାସ୍କାଙ୍କୁ ହରାଇଥିଲେ। ତେବେ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମ୍ ୪-୬, ୪-୬, ୩-୬ ସେଟ୍ରେ ଇଟାଲିର ଫାବିଓ ଫୋଗନିନିଙ୍କଠୁ ହାରି ବିଦାୟ ନେଇଛନ୍ତି।
ମହିଳା ଏକକରେ ପୂର୍ବତନ ଏକ ନମ୍ବର କାଟେରିନା ପ୍ଲିସ୍କୋଭା, ଦ୍ବାଦଶ ମାନ୍ୟାତାପ୍ରାପ୍ତ ବେଲିନ୍ଦା ବେନସିକ୍ଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ୨୦୧୭ ୟୁଏସ୍ ଓପନ୍ ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ୬-୦, ୬-୪ ସେଟ୍ରେ ଚେକ୍ ଗଣରାଜ୍ୟର ପ୍ଲିସ୍କୋଭାଙ୍କୁ ଏବଂ ରୁଷିଆର ଏଲିନା ଆଭାନେସ୍ୟାନ୍ ୬-୩, ୨-୬, ୬-୪ ସେଟ୍ରେ ବେନସିକ୍ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ପରେ ରୁଷିଆର କାସାତ୍କିନା ୬-୩, ୬-୪ ସେଟ୍ରେ ଜର୍ମାନିର ଜୁଲେ ନିମେରଙ୍କୁ ଏବଂ ଆମେରିକାର କିଜ୍ ୬-୧, ୩-୬, ୬-୧ ସେଟ୍ରେ ଇସ୍ତୋନିଆର କିଆ କାନେପିଙ୍କୁ ହରାଇଥିଲେ।

Tags: