ଫେଞ୍ଚ ଓପନ୍ ମିକ୍ସଡ ଡବଲ୍ସ ଚାମ୍ପିଅନ୍ ହେଲେ କାଟୋ-ପୁଏଜ୍ ଯୋଡ଼ି

ପ୍ୟାରିସ୍: ଜାପାନ୍ର ମିୟୁ କାଟୋ ଓ ଜର୍ମାନର ଟିମ୍ ପୁଏଜ୍ ଫ୍ରେଞ୍ଚ ଓପନ୍ ମିକ୍ସଡ ଡବଲ୍ସର ଚାମ୍ପିଅନ୍ ହୋଇଛନ୍ତି। ଚାରି ଦିନ ପୂର୍ବରୁ ମହିଳା ଡବଲ୍ସ ମ୍ୟାଚ୍ ସମୟରେ ବଲ୍ ଗର୍ଲଙ୍କୁ ସଟ୍ ମାରି ସେ ରେଫରିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିଲେ। କିନ୍ତୁ ମିକ୍ସଡ ଡବଲ୍ସ ଫାଇନାଲ୍ରେ କାଟୋ ଓ ପୁଏଜ୍ ୪-୬, ୬-୪, ୧୦-୬ ରେ ବିୟାଙ୍କା ଆନ୍ଦ୍ରେସ୍କୁ ଓ ମାଇକେଲ୍ ଭେନସ୍ଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି। ମହିଳା ଡବଲ୍ସରୁ ଅଯୋଗ୍ୟ ଘୋଷିତ ହେବା […]

Samaya Live Picture
Published On

ପ୍ୟାରିସ୍: ଜାପାନ୍ର ମିୟୁ କାଟୋ ଓ ଜର୍ମାନର ଟିମ୍ ପୁଏଜ୍ ଫ୍ରେଞ୍ଚ ଓପନ୍ ମିକ୍ସଡ ଡବଲ୍ସର ଚାମ୍ପିଅନ୍ ହୋଇଛନ୍ତି। ଚାରି ଦିନ ପୂର୍ବରୁ ମହିଳା ଡବଲ୍ସ ମ୍ୟାଚ୍ ସମୟରେ ବଲ୍ ଗର୍ଲଙ୍କୁ ସଟ୍ ମାରି ସେ ରେଫରିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିଲେ। କିନ୍ତୁ ମିକ୍ସଡ ଡବଲ୍ସ ଫାଇନାଲ୍ରେ କାଟୋ ଓ ପୁଏଜ୍ ୪-୬, ୬-୪, ୧୦-୬ ରେ ବିୟାଙ୍କା ଆନ୍ଦ୍ରେସ୍କୁ ଓ ମାଇକେଲ୍ ଭେନସ୍ଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି। ମହିଳା ଡବଲ୍ସରୁ ଅଯୋଗ୍ୟ ଘୋଷିତ ହେବା ପରଠୁ ମାନସିକ ଭାବେ ସେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସବୁ ଖେଳାଳିମାନେ ତାଙ୍କୁ ସମର୍ଥନ କରିବାରୁ ସେ ଫାଇନାଲ୍ ଜିତିଥିଲେ ବୋଲି କାଟୋ କହିଛନ୍ତି। ଏବେ ସଫଳତା ପାଇସାରିଥିବାରୁ ମହିଳା ଡବଲ୍ସର ପୁରସ୍କାର ରାଶି, ପଏଣ୍ଟ ଓ ପ୍ରତିଷ୍ଠା ପାଇବା ପାଇଁ ପୁଣି ଥରେ ଦାବି କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କାଟୋ ଓ ତାଙ୍କ ଇଣ୍ଡୋନେସିଆ ସାଥି ଅଲଦିଲା ସୁତଜିଆଦି ରବିବାର ଡବଲ୍ସ ମ୍ୟାଚ୍ ଅବସରରେ ଅଜଣାତରେ ବଲ୍କୁ ହିଟ୍ କରିଥିଲେ। ଯାହାକି ଜଣେ ବଲ୍ ଗର୍ଲଙ୍କ ମୁହଁରେ ଜୋର୍ରେ ବାଜିବାରୁ ସେ କାନ୍ଦିଥିଲେ। ଚେୟାର ଅମ୍ପାୟାର ଏହି ଯୋଡ଼ିଙ୍କୁ କେବଳ ଚେତାବନୀ ଦେଇଥିଲେ ବି ପ୍ରତିପକ୍ଷ ମାରି ବୌଜକୋଭା ଓସାରା ସୋରିବେସ୍ ଘଟଣାକୁ ପୁଣି ଥରେ ଦେଖିବାକୁ ଅପିଲ୍କରିଥିଲେ। ଏହାପରେ ଅମ୍ପାୟାର କାଟୋ ଓ ତାଙ୍କ ସାଥିଙ୍କୁ ଅଯୋଗ୍ୟ ଘୋଷିତ କରାଇ ମ୍ୟାଚ୍ ବନ୍ଦ କରାଇଥିଲେ।

Tags: