ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଭେଟିଲେ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍

ଦୋହା: ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଦୋହାରେ ଭେଟିଛନ୍ତି ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଭେଟାଭେଟିର ଫଟୋ ବେଶ୍ ଚର୍ଚ୍ଚିତ ହୋଇଛି। ଘଟଣା ୪ ଦିନ ତଳର ହୋଇଥିଲେ ମଧ୍ୟ ଫୁଟବଲ୍ର ଶୀର୍ଷ ବ୍ୟକ୍ତିତ୍ବଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଉକ୍ତ ଫଟୋ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଗତ ୧୦ ତାରିଖରେ ଦୋହାରେ କାତାର ଓ ଜୋର୍ଡାନ୍ ମଧ୍ୟରେ ଖେଳାଯାଇଥିବା ଏଏଫ୍ସି ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ସମୟରେ ଏହି ଦୁଇ ମହାନ ବ୍ୟକ୍ତିତ୍ବ […]

Samaya Live Picture
Published On

ଦୋହା: ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋଙ୍କୁ ଦୋହାରେ ଭେଟିଛନ୍ତି ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଭେଟାଭେଟିର ଫଟୋ ବେଶ୍ ଚର୍ଚ୍ଚିତ ହୋଇଛି। ଘଟଣା ୪ ଦିନ ତଳର ହୋଇଥିଲେ ମଧ୍ୟ ଫୁଟବଲ୍ର ଶୀର୍ଷ ବ୍ୟକ୍ତିତ୍ବଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଉକ୍ତ ଫଟୋ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଗତ ୧୦ ତାରିଖରେ ଦୋହାରେ କାତାର ଓ ଜୋର୍ଡାନ୍ ମଧ୍ୟରେ ଖେଳାଯାଇଥିବା ଏଏଫ୍ସି ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ସମୟରେ ଏହି ଦୁଇ ମହାନ ବ୍ୟକ୍ତିତ୍ବ ପରସ୍ପରକୁ ଭେଟିଥିଲେ। ଉଭୟଙ୍କ ଏକ ମିଳିତ ଫଟୋକୁ ଇନ୍ଫାଣ୍ଟିନୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହିତ ‘ଜଣେ ଗ୍ଲୋବାଲ୍ ସିନେ ତାରକା ଶାହରୁଖ ଖାନ୍ଙ୍କୁ ଭେଟିବା ବହୁତ ଖୁସି ଲାଗୁଛି। କ୍ରୀଡ଼ା ପ୍ରତି ଆପଣଙ୍କର ଭଲପାଇବା ଦେଖିବା ପରେ ବହୁତ କିଛି ଶିଖିବାକୁ ମିଳିଥିଲା। ଆଗାମୀ ସିନେ ପ୍ରକଳ୍ପ ଗୁଡ଼ିକ ପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ଆଗକୁ କୌଣସି ଫିଫା ଇଭେଣ୍ଟ ବେଳେ ଆପଣଙ୍କୁ ଭେଟିବା ଅପେକ୍ଷାରେ ରହୁଛି’ ବୋଲି ଇନ୍ଫାଣ୍ଟିନୋ ଲେଖିଥିଲେ। ଏହି ଫଟୋ ଆସିବା ପରେ ଶାହରୁଖ ଭାରତରେ ଫୁଟବଲ୍ ଲିଗ୍ରେ ପ୍ରବେଶ କରିବାକୁ ଯାଉଥିବା ନେଇ ଆକଳନ ଆରମ୍ଭ ହୋଇଛି।

Tags: