ଫିଫା ମାନ୍ୟତାରେ ଭାରତ ୧୦୦ ସ୍ଥାନକୁ ଫେରିଲା
ନୂଆଦିଲ୍ଲୀ: ବିଶ୍ବ ଫୁଟବଲ୍ ମହାସଂଘ (ଫିଫା) ମାନ୍ୟତାରେ ଭାରତ ପୁଣି ଥରେ ୧୦୦ତମ ସ୍ଥାନକୁ ଫେରିଛି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଲେବାନନ୍ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଭାରତ ୫ ବର୍ଷ ପରେ ପୁଣି ଥରେ ଶୀର୍ଷ ୧୦୦ ସ୍ଥାନରେ ପହଞ୍ଚିଛି। ଶେଷଥର ପାଇଁ ୨୦୧୮ ମାର୍ଚ୍ଚ ମାସରେ ଭାରତ ୯୯ ତମ ସ୍ଥାନରେ ରହିଥିଲା। ଫିଫା ମାନ୍ୟତାରେ ବ୍ରାଜିଲ୍ ଓ ଫ୍ରାନ୍ସ ଉପରକୁ ବିଶ୍ବ ବିଜେତା ଆର୍ଜେଣ୍ଟିନା ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ […]
ନୂଆଦିଲ୍ଲୀ: ବିଶ୍ବ ଫୁଟବଲ୍ ମହାସଂଘ (ଫିଫା) ମାନ୍ୟତାରେ ଭାରତ ପୁଣି ଥରେ ୧୦୦ତମ ସ୍ଥାନକୁ ଫେରିଛି। ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଲେବାନନ୍ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଭାରତ ୫ ବର୍ଷ ପରେ ପୁଣି ଥରେ ଶୀର୍ଷ ୧୦୦ ସ୍ଥାନରେ ପହଞ୍ଚିଛି। ଶେଷଥର ପାଇଁ ୨୦୧୮ ମାର୍ଚ୍ଚ ମାସରେ ଭାରତ ୯୯ ତମ ସ୍ଥାନରେ ରହିଥିଲା। ଫିଫା ମାନ୍ୟତାରେ ବ୍ରାଜିଲ୍ ଓ ଫ୍ରାନ୍ସ ଉପରକୁ ବିଶ୍ବ ବିଜେତା ଆର୍ଜେଣ୍ଟିନା ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଆମେରିକା (୧୧) ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷ ୧୦ ନିକଟତର ହୋଇଛି। ଭାରତୀୟ ଦଳର ଗତବର୍ଷ ସେପ୍ଟେମ୍ବରରେ ଭିଏତ୍ନାମ୍ଠୁ ଭିଏଫ୍ଏଫ୍ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ପରାଜିତ ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍ରେ ଅପରାଜେୟ ରହିଛି। ଭାରତ ୭ ମ୍ୟାଚ୍ରେ ବିଜୟୀ ହୋଇଥିଲା ବେଳେ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଏପରିକି ଘରୋଇ ମ୍ୟାଚ୍ଗୁଡ଼ିକରେ ଭାରତ ଗତ ୪ ବର୍ଷ ଧରି ବିଜୟ ଧାରା ଅବ୍ୟାହତ ରଖିଛି। ଶେଷଥର ପାଇଁ ଭାରତ ଗୁଆହାଟୀର ଇନ୍ଧିରା ଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମ୍ରେ ହୋଇଥିବା ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଓମାନ୍ଠୁ ୧-୨ ଗୋଲ୍ରେ ପରାଜିତ ହୋଇଥିଲା।




