ଫିଫା ମାନ୍ୟତାରେ ଭାରତକୁ ୧୦୧ ସ୍ଥାନ
ଜୁରିକ: ଭାରତୀୟ ଫୁଟ୍ବଲ ଦଳ ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ୫ ସ୍ଥାନ ଉପରକୁ ଚଢି ୧୦୧ରେ ପହଞ୍ଚିଯାଇଛି। ଗତମାସରେ ଇମ୍ଫାଲରେ ଶେଷ ହୋଇଥିବା ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ମିଆଁମାର (୧-୦) ଏବଂ କିର୍ଗିଜସ୍ତାନ (୨-୦) ବିପକ୍ଷ ବିଜୟ ହିଁ ଭାରତୀୟ ଦଳର ମାନ୍ୟତା ବୃଦ୍ଧିରେ ସହାୟକ ହୋଇଛି। ସେହିପରି ଫିଫା ବିଶ୍ବକପ୍ ବିଜେତା ଆର୍ଜେଣ୍ଟିନା ୬ ବର୍ଷ ବ୍ୟବଧାନ ପରେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛି। ଆର୍ଜେଣ୍ଟିନା ଏହି ତାଲିକାରେ ବ୍ରାଜିଲକୁ ହଟାଇ ପ୍ରଥମ ସ୍ଥାନ […]
ଜୁରିକ: ଭାରତୀୟ ଫୁଟ୍ବଲ ଦଳ ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ୫ ସ୍ଥାନ ଉପରକୁ ଚଢି ୧୦୧ରେ ପହଞ୍ଚିଯାଇଛି। ଗତମାସରେ ଇମ୍ଫାଲରେ ଶେଷ ହୋଇଥିବା ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ମିଆଁମାର (୧-୦) ଏବଂ କିର୍ଗିଜସ୍ତାନ (୨-୦) ବିପକ୍ଷ ବିଜୟ ହିଁ ଭାରତୀୟ ଦଳର ମାନ୍ୟତା ବୃଦ୍ଧିରେ ସହାୟକ ହୋଇଛି। ସେହିପରି ଫିଫା ବିଶ୍ବକପ୍ ବିଜେତା ଆର୍ଜେଣ୍ଟିନା ୬ ବର୍ଷ ବ୍ୟବଧାନ ପରେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛି। ଆର୍ଜେଣ୍ଟିନା ଏହି ତାଲିକାରେ ବ୍ରାଜିଲକୁ ହଟାଇ ପ୍ରଥମ ସ୍ଥାନ ଦଖଲ କରିଛି। ଫ୍ରାନ୍ସ ଗୋଟିଏ ସ୍ଥାନ ଉଠି ଦ୍ବିତୀୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଶୀର୍ଷରେ ଥିବା ବ୍ରାଜିଲ ଦୁଇଟି ସ୍ଥାନ ଖସି ତୃତୀୟରେ ରହିଛି। ବେଲ୍ଜିୟମ ଚତୁର୍ଥରେ ସ୍ଥିର ରହିଥିଲା ବେଳେ ଇଂଲଣ୍ଡ, ନେଦରଲାଣ୍ଡ, କ୍ରୋଏସିଆ, ଇଟାଲି, ପର୍ତ୍ତୁଗାଲ ଓ ସ୍ପେନ୍ ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଛନ୍ତି।




