ଫିଫା ମହିଳା ବିଶ୍ବକପ୍ ନକ୍ଆଉଟ୍ରୁ ଦୁଇଥରର ଚାମ୍ପିଅନ୍ ଜର୍ମାନି ବାଦ୍

ୱେଲିଂଟନ୍: ଫିଫା ମହିଳା ବିଶ୍ବକପ୍ରେ ଦୁଇ ଥରର ଚାମ୍ପିଅନ୍ ଜର୍ମାନି ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଗୁରୁବାର ଖେଳାଯାଇଥିବା ଶେଷ ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ କୋରିଆ ସହିତ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିବା ପରେ ଜର୍ମାନି ଗ୍ରୁପ୍ ଏଚ୍’ର ତୃତୀୟ ସ୍ଥାନରେ ରହିବା ସହ ଅଭିଯାନ ଶେଷ କରିଛି। ଏପରିକି ଗତ ୯ ସଂସ୍କରଣରେ ଲଗାତାର ଖେଳି ଆସୁଥିବା ଜର୍ମାନି ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଏହି ଗ୍ରୁପ୍ରୁ କଲମ୍ବିଆ ଓ […]

Samaya Live Picture
Published On

ୱେଲିଂଟନ୍: ଫିଫା ମହିଳା ବିଶ୍ବକପ୍ରେ ଦୁଇ ଥରର ଚାମ୍ପିଅନ୍ ଜର୍ମାନି ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଗୁରୁବାର ଖେଳାଯାଇଥିବା ଶେଷ ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ କୋରିଆ ସହିତ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିବା ପରେ ଜର୍ମାନି ଗ୍ରୁପ୍ ଏଚ୍’ର ତୃତୀୟ ସ୍ଥାନରେ ରହିବା ସହ ଅଭିଯାନ ଶେଷ କରିଛି। ଏପରିକି ଗତ ୯ ସଂସ୍କରଣରେ ଲଗାତାର ଖେଳି ଆସୁଥିବା ଜର୍ମାନି ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଏହି ଗ୍ରୁପ୍ରୁ କଲମ୍ବିଆ ଓ ମରୋକ୍କୋ ୬ ପଏଣ୍ଟ ଲେଖାଏଁ ପାଇ ନକ୍ଆଉଟ୍ରେ ପହଞ୍ଚିଛନ୍ତି। ନକ୍ଆଉଟ୍କୁ ଯିବାକୁ ହେଲେ ଜର୍ମାନିକୁ ନିହାତି ବିଜୟର ଆବଶ୍ୟକତା ଥିଲା। ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ କୋରିଆ ପାଇଁ ଚୋ ସୋ ହ୍ୟୁନ୍ ଷଷ୍ଠ ମିନିଟ୍ରେ ଗୋଲ୍ ଦେଇଥିଲେ। କିନ୍ତୁ ୪୨ତମ ମିନିଟ୍ରେ ଆଲେକ୍ଜାଣ୍ଡ୍ରା ପୋପ୍ ଏହାକୁ ଶୁଝିବାରୁ ସ୍ଥିତି ବରାବର ରହିଥିଲା। ହେଲେ ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ଜର୍ମାନିକୁ ପ୍ରଥମ ଥର ପାଇଁ ବିଶ୍ବକପ୍ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଛି। ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ମରୋକ୍କୋ ୧-୦ ଗୋଲ୍ରେ କଲମ୍ବିଆକୁ ହରାଇଥିଲା। ୪୫+୪ ମିନିଟ୍ରେ ଅନିସା ଲାହମାରି ଏହି ଗୋଲ୍ ଦେଇଥିଲେ। ପରାଜୟ ସତ୍ତ୍ବେ କଲମ୍ବିଆ ନକ୍ଆଉଟ୍ରେ ପହଞ୍ଚିପାରିଛି। ଅନ୍ୟପକ୍ଷରେ ମରକ୍କୋ ପ୍ରଥମ ଉତ୍ତର ଆଫ୍ରିକୀୟ ତଥା ଆରବୀୟ ଦେଶ ଭାବେ ନକ୍ଆଉଟ୍ରେ ପ୍ରବେଶ କରିଛି। ଶନିବାରଠୁ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ।

Tags: