ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ: କୁଏତ୍, କାତାର ଗ୍ରୁପ୍‌ରେ ଭାରତ

ନୂଆଦିଲ୍ଲୀ: ଫିଫା ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣରେ ଭାରତ ଭାଗ ନେବାର ସମ୍ଭାବନା ରହିଛି। କିନ୍ତୁ ଡ୍ର’ ଉଠାଣରେ ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ମିଳିଛି। ଗ୍ରୁପ୍ ଏ’ରେ ଭାରତ ସହିତ ଏସୀୟ ବିଜେତା କାତାର, କୁଏତ୍ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ଓ ମଙ୍ଗୋଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ବିଜେତା ଚତୁର୍ଥ ଦଳ ଭାବେ ଏହି ଗ୍ରୁପ୍ରେ ସ୍ଥାନ ପାଇବ। କଷ୍ଟସାଧ୍ୟ ଗ୍ରୁପ୍ ହୋଇଥିଲେ ବି ଇଗୋର ଷ୍ଟିମାକ୍ଙ୍କ ଦଳ ପାଖରେ ବଡ଼ ସୁଯୋଗ ରହିଛି। ଏହି […]

Samaya Live Picture
Published On

ନୂଆଦିଲ୍ଲୀ: ଫିଫା ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣରେ ଭାରତ ଭାଗ ନେବାର ସମ୍ଭାବନା ରହିଛି। କିନ୍ତୁ ଡ୍ର’ ଉଠାଣରେ ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ମିଳିଛି। ଗ୍ରୁପ୍ ଏ’ରେ ଭାରତ ସହିତ ଏସୀୟ ବିଜେତା କାତାର, କୁଏତ୍ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ଓ ମଙ୍ଗୋଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ବିଜେତା ଚତୁର୍ଥ ଦଳ ଭାବେ ଏହି ଗ୍ରୁପ୍ରେ ସ୍ଥାନ ପାଇବ। କଷ୍ଟସାଧ୍ୟ ଗ୍ରୁପ୍ ହୋଇଥିଲେ ବି ଇଗୋର ଷ୍ଟିମାକ୍ଙ୍କ ଦଳ ପାଖରେ ବଡ଼ ସୁଯୋଗ ରହିଛି। ଏହି ଗ୍ରୁପ୍ରେ ଭାରତ ଦ୍ବିତୀୟ ସର୍ବାଧିକ ମାନ୍ୟତା ପ୍ରାପ୍ତ ଦଳ ଭାବେ ରହିଛି। କାତାର (୫୯) ପଛକୁ ଭାରତ (୯୯) ରହିଥିଲା ବେଳେ କୁଏତ୍ (୧୩୭), ଆଫଗାନିସ୍ତାନ (୧୫୭)-ମଙ୍ଗୋଲିଆ (୧୮୩) ଏମାନଙ୍କଠୁ ବହୁତ ଦୂରରେ ରହିଛନ୍ତି। ଯଦି ଭାରତୀୟ ଦଳର ନିକଟତମ ପ୍ରଦର୍ଶନକୁ ନଜର ପକାଇବା, ତାହେଲେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଓ ସାଫ୍ ଚାମ୍ପିଅନ୍ସିପ୍ ବିଜୟ ପରେ ବ୍ଲୁ ଟାଇଗର୍ସଙ୍କ ମନୋବଳ ଉଚ୍ଚ ରହିଛି। ତେଣୁ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସେଟ୍ରେ ନଭେମ୍ବର ୧୬ ତାରିଖରେ କୁଏତ୍ ଓ ୨୧ ତାରିଖରେ କାତାର ବିପକ୍ଷରେ ଭାରତ ପ୍ରାରମ୍ଭିକ ମ୍ୟାଚ୍ ଖେଳିବ। ଏହି ଦୁଇ ମ୍ୟାଚ୍ ଜିତିପାରିଲେ ଭାରତର ବିଶ୍ବକପ୍ ରାସ୍ତା ପରିସ୍କାର ହୋଇପାରିବ।

Tags: