ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ କତରଠୁ ହାରିଲା ଭାରତ

ନୂଆଦିଲ୍ଲୀ: ସୁନୀଲ ଛେତ୍ରୀଙ୍କ ଅବସର ପରେ ଭାରତୀୟ ଫୁଟବଲ୍ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ଦୋହାସ୍ଥିତ ଜାସିମ ବିନ୍ ହାମଦ ଷ୍ଟାଡିୟମ୍ରେ ଖେଳିଥିବା ଘରୋଇ କାତାର ବିପକ୍ଷ ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍କୁ ଭାରତ ୧-୨ ଗୋଲ୍ରେ ହାରିଯାଇଛି। ଫଳରେ ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହେବାର ଆଶା ଆପାତତଃ ମଉଳିଯାଇଛି। ୪ ଦଳ ବିଶିଷ୍ଟ ଗ୍ରୁପ୍-ଏରେ ଭାରତ ସଂପ୍ରତି ୬ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟରୁ ୫ ପଏଣ୍ଟ୍ ସହ […]

Samaya Live Picture
Published On

ନୂଆଦିଲ୍ଲୀ: ସୁନୀଲ ଛେତ୍ରୀଙ୍କ ଅବସର ପରେ ଭାରତୀୟ ଫୁଟବଲ୍ ଦଳ ଖେଳିଥିବା ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ଦୋହାସ୍ଥିତ ଜାସିମ ବିନ୍ ହାମଦ ଷ୍ଟାଡିୟମ୍ରେ ଖେଳିଥିବା ଘରୋଇ କାତାର ବିପକ୍ଷ ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍କୁ ଭାରତ ୧-୨ ଗୋଲ୍ରେ ହାରିଯାଇଛି। ଫଳରେ ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହେବାର ଆଶା ଆପାତତଃ ମଉଳିଯାଇଛି। ୪ ଦଳ ବିଶିଷ୍ଟ ଗ୍ରୁପ୍-ଏରେ ଭାରତ ସଂପ୍ରତି ୬ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟରୁ ୫ ପଏଣ୍ଟ୍ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। କତର ୧୬ ପଏଣ୍ଟ୍ ଅର୍ଜନ କରି ପ୍ରଥମ ଓ କୁଏତ ୭ ପଏଣ୍ଟ୍ ପାଇ ଦ୍ବିତୀୟ ସ୍ଥାନ ଅଧିକାର କରିଛି।

Tags: