ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟର୍ ମନୁ ଭାକର ଜିତିଲେ ବ୍ରୋଞ୍ଜ ପଦକ
ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ମହିଳା ସୁଟର୍ ମନୁ ଭାକର ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ତୃତୀୟ ସ୍ଥାନରେ ରହିଥିଲେ। ତା’ସହିତ ସୁଟିଂରୁ ପଦକ ଜିତିବାରେ ମନୁ ପ୍ରଥମ ଭାରତୀୟ ମହିଳା ଏବଂ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ଶେଷ ଥର ପାଇଁ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଟିଂରୁ ପଦକ ଜିତିଥିଲା। […]
ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ମହିଳା ସୁଟର୍ ମନୁ ଭାକର ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ତୃତୀୟ ସ୍ଥାନରେ ରହିଥିଲେ। ତା’ସହିତ ସୁଟିଂରୁ ପଦକ ଜିତିବାରେ ମନୁ ପ୍ରଥମ ଭାରତୀୟ ମହିଳା ଏବଂ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ଶେଷ ଥର ପାଇଁ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଟିଂରୁ ପଦକ ଜିତିଥିଲା। ଅଲିମ୍ପିକ୍ସରେ ସେହି ସଂସ୍କରଣରେ ବିଜୟ କୁମାର ରାପିଡ୍-ଫାୟାର ପିସ୍ତଲ ଏବଂ ଗଗନ ନାରଙ୍ଗ ୧୦ ମିଟର ଏୟାର ରାଇଫଲ୍ରେ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ପରବର୍ତ୍ତୀ ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ସୁଟିଂ ଦଳ ଖାଲି ହାତରେ ଫେରିଥିଲା। ମନୁଙ୍କର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବିୟ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି।




