ପ୍ଲେଅଫ୍ରୁ ବାଦ୍ ପଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫ୍ରୁ ବାଦ୍ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ ଜିତିବା ପରେ ମୁମ୍ବାଇର ପ୍ଲେ ଅଫ୍ ଆଶା ସମାପ୍ତ ହୋଇଛି। ମୁମ୍ବାଇ ମୋଟ୍ ୧୨ ମ୍ୟାଚ୍ରୁ ୮ଟିରେ ପରାସ୍ତ ହୋଇଥିଲା ବେଳେ କେକେଆର୍ ଓ ଏଲ୍ଏସ୍ଜି ସହିତ ଆଉ ଦୁଇଟି ମ୍ୟାଚ୍ ଖେଳିବ। ଦୁଇଟିଯାକ ମ୍ୟାଚ୍ ଜିତିଗଲେ ବି ମୁମ୍ବାଇ ୧୨ ପଏଣ୍ଟରେ ପହଞ୍ଚିବ। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇ ମୋଟ୍ ୧୪ ପଏଣ୍ଟ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ୫ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫ୍ରୁ ବାଦ୍ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ ଜିତିବା ପରେ ମୁମ୍ବାଇର ପ୍ଲେ ଅଫ୍ ଆଶା ସମାପ୍ତ ହୋଇଛି। ମୁମ୍ବାଇ ମୋଟ୍ ୧୨ ମ୍ୟାଚ୍ରୁ ୮ଟିରେ ପରାସ୍ତ ହୋଇଥିଲା ବେଳେ କେକେଆର୍ ଓ ଏଲ୍ଏସ୍ଜି ସହିତ ଆଉ ଦୁଇଟି ମ୍ୟାଚ୍ ଖେଳିବ। ଦୁଇଟିଯାକ ମ୍ୟାଚ୍ ଜିତିଗଲେ ବି ମୁମ୍ବାଇ ୧୨ ପଏଣ୍ଟରେ ପହଞ୍ଚିବ। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇ ମୋଟ୍ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ପହଞ୍ଚିଛି। ୧୪ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏଲ୍ଏସ୍ଜି ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଅଛି। ଉଭୟ ବର୍ତ୍ତମାନ ୧୨ ପଏଣ୍ଟରେ ଅଛନ୍ତି। ଯିଏ ବି ଜିତିବ ସେ ୧୪ ପଏଣ୍ଟ ପାଇଯିବ। ତେଣୁ ମୁମ୍ବାଇ ପାଇଁ ପ୍ଲେଅଫ୍ ଦ୍ବାର ଏବେ ବନ୍ଦ ହୋଇଯାଇଛି।




