ପ୍ରୋ ଲିଗ୍ ହକିରେ ଆର୍ଜେଣ୍ଟିନାକୁ ହରାଇଲେ ଅମିତ ରୋହିଦାସ
ଇନ୍ଦୋଭେନ: ନେଦରଲାଣ୍ଡରେ ଚାଲିଥିବା ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଭାରତ ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ନେଦରଲାଣ୍ଡ୍ସଠୁ ୧-୪ ଗୋଲ୍ରେ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାକୁ ୩-୦ ଗୋଲ୍ରେ ପରାସ୍ତ କରି ଦେଇଛି। ଏହି ବିଜୟ ସହ ଭାରତ ୨୭ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉଠିଛି। ଇଂଲଣ୍ଡ (୨୬ ପଏଣ୍ଟ) ଦ୍ବିତୀୟକୁ ଖସିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧର ତୃତୀୟ ମିନିଟ୍ରେ ଭାରତ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। […]
ଇନ୍ଦୋଭେନ: ନେଦରଲାଣ୍ଡରେ ଚାଲିଥିବା ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଭାରତ ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ନେଦରଲାଣ୍ଡ୍ସଠୁ ୧-୪ ଗୋଲ୍ରେ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାକୁ ୩-୦ ଗୋଲ୍ରେ ପରାସ୍ତ କରି ଦେଇଛି। ଏହି ବିଜୟ ସହ ଭାରତ ୨୭ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉଠିଛି। ଇଂଲଣ୍ଡ (୨୬ ପଏଣ୍ଟ) ଦ୍ବିତୀୟକୁ ଖସିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧର ତୃତୀୟ ମିନିଟ୍ରେ ଭାରତ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଏହାପରେ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଖେଳିବାରୁ ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ଅଧିନାୟକ ହର୍ମନପ୍ରୀତ ସିଂହ (୩୨ ମିନିଟ୍) ଏବଂ ଓଡ଼ିଆ ପୁଅ ଅମିତ ରୋହିଦାସ (୩୮ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ ରଖିଥିଲେ। ଚତୁର୍ଥ କ୍ବାର୍ଟରର ଶେଷ ମିନିଟ୍ରେ ଅଭିଷେକ (୫୯ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତର ବିଜୟ ବ୍ୟବଧାନକୁ ୩-୦ କରିଥିଲେ।




