ପ୍ରୋ ଲିଗରେ ଆର୍ଜେଣ୍ଟିନାକୁ ହରାଇ ଭାରତର ନେଦରଲାଣ୍ଡ୍ସ ଗସ୍ତ ଶେଷ

ଇନ୍ଦୋଭେନ: ଏଫ୍ଆଇଏଚ୍ ପ୍ରୋ ଲିଗ୍ ଲାଗି ନେଦରଲାଣ୍ଡ୍ସ ଗସ୍ତରେ ଥିବା ଭାରତ ବିଜୟ ସହ ଅଭିଯାନ ଶେଷ କରିଛି। ଏହି ଗସ୍ତର ଶେଷ ମ୍ୟାଚ୍ରେ ଭାରତ ୨-୧ ଗୋିଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଆୟୋଜକ ନେଦରଲାଣ୍ଡ୍ସ ବିପକ୍ଷ ଦୁଇଟି ମ୍ୟାଚ୍ ହାରିଥିଲା ବେଳେ ଆର୍ଜେଣ୍ଟିନା ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ମୋଟ ୧୬ ମ୍ୟାଚ୍ ଖେଳି ୮ ବିଜୟ, ୩ ଅମୀମାଂସିତ, ୩ ସୁଟ୍ ଆଉଟ ବୋନସ […]

Samaya Live Picture
Published On

ଇନ୍ଦୋଭେନ: ଏଫ୍ଆଇଏଚ୍ ପ୍ରୋ ଲିଗ୍ ଲାଗି ନେଦରଲାଣ୍ଡ୍ସ ଗସ୍ତରେ ଥିବା ଭାରତ ବିଜୟ ସହ ଅଭିଯାନ ଶେଷ କରିଛି। ଏହି ଗସ୍ତର ଶେଷ ମ୍ୟାଚ୍ରେ ଭାରତ ୨-୧ ଗୋିଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଆୟୋଜକ ନେଦରଲାଣ୍ଡ୍ସ ବିପକ୍ଷ ଦୁଇଟି ମ୍ୟାଚ୍ ହାରିଥିଲା ବେଳେ ଆର୍ଜେଣ୍ଟିନା ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ମୋଟ ୧୬ ମ୍ୟାଚ୍ ଖେଳି ୮ ବିଜୟ, ୩ ଅମୀମାଂସିତ, ୩ ସୁଟ୍ ଆଉଟ ବୋନସ ଏବଂ ୩ ପରାଜୟରୁ ୩୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ହିଁ ଭାରତ ଅଗ୍ରଣୀ ନେଇଥିଲା। ଆକାଶଦୀପ ସିଂହ ଫିଲ୍ଡ ଗୋଲ୍ରେ ଭାରତ ଏହି ଅଗ୍ରଣୀ ପାଇଥିଲା। ଏହା ପରେ ସୁଖଜିତ ସିଂହ (୧୪ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ବଳରେ ଭାରତ ପ୍ରଥମ କ୍ବାର୍ଟରକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ପରବର୍ତ୍ତୀ ୨ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ଶେଷ କ୍ବାର୍ଟରରେ ଆର୍ଜେଣ୍ଟିନାର ଲୁକାସ ଟୋସକାନି (୫୮ ମିନିଟ୍) ଗୋଟିଏ ଗୋଲ୍ ଶୁଝିଥିଲେ।

Tags: