ପ୍ରବୀଣ ହୁଡ଼ା ଅଲିମ୍ପିକ୍ସ ଯୋଗ୍ୟତା ହରାଇଲେ
ନୂଆଦିଲ୍ଲୀ: ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ପଦକ ବିଜେତା ବକ୍ସର ପ୍ରବୀଣ ହୁଡ଼ା ପ୍ୟାରିସ୍ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଛନ୍ତି। ବର୍ଷେ ଭିତରେ ତିନିଥର ତାଙ୍କ ଠିକଣା ବିଷୟରେ ଜଣା ନପଡ଼ିବାରୁ ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ତାଙ୍କୁ ନିଲମ୍ବିତ କରିଛି। ପ୍ରବୀଣ ଗତବର୍ଷ ଏସୀୟ କ୍ରୀଡ଼ାରେ ମହିଳା ୫୭ କେଜି ଓଜନବର୍ଗରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ଏପ୍ରିଲ୍ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ତାଙ୍କ ଠିକଣା ବିଷୟରେ ଜଣା ନପଡ଼ିବାରୁ ୱାଡା ନିୟମ ଅନୁସାରେ […]
ନୂଆଦିଲ୍ଲୀ: ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ପଦକ ବିଜେତା ବକ୍ସର ପ୍ରବୀଣ ହୁଡ଼ା ପ୍ୟାରିସ୍ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଛନ୍ତି। ବର୍ଷେ ଭିତରେ ତିନିଥର ତାଙ୍କ ଠିକଣା ବିଷୟରେ ଜଣା ନପଡ଼ିବାରୁ ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ତାଙ୍କୁ ନିଲମ୍ବିତ କରିଛି। ପ୍ରବୀଣ ଗତବର୍ଷ ଏସୀୟ କ୍ରୀଡ଼ାରେ ମହିଳା ୫୭ କେଜି ଓଜନବର୍ଗରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ଏପ୍ରିଲ୍ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ତାଙ୍କ ଠିକଣା ବିଷୟରେ ଜଣା ନପଡ଼ିବାରୁ ୱାଡା ନିୟମ ଅନୁସାରେ ତାଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଚଳିତ ମାସରୁ ଏହି ନିଲମ୍ବନ ଲାଗୁ ହେବା ସହ ୨୦୨୫ ନଭେମ୍ବରରେ ଶେଷ ହେବ। ନିୟମ ଅନୁସାରେ କ୍ରୀଡ଼ାବିତ୍ ସେମାନଙ୍କ ପୂରା ଠିକଣା, ପ୍ରଶିକ୍ଷଣ, କାର୍ଯ୍ୟସ୍ଥଳୀ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ହେଉଥିବା ପ୍ରତ୍ୟେକ ସ୍ଥାନ ବିଷୟରେ ଏବଂ ନିର୍ଦ୍ଧାରିତ କାର୍ଯ୍ୟକଳାପ ବିଷୟରେ ୱାଡାକୁ ଜଣାଇବାକୁ ହେବ। ଏଥିସହ ଦିନର କୌଣସି ପ୍ରହରରୁ ୧ ଘଣ୍ଟା ସମୟକୁ ଚିହ୍ନଟ କରି ନମୁନା ପରୀକ୍ଷଣ ପାଇଁ ଉପଲବ୍ଧ ହୋଇପାରିବେ ତାହା ମଧ୍ୟ ଜଣାଇବେ। ଏସବୁ ନ ଜଣାଇଲେ ସେମାନଙ୍କ ଠିକଣା ବିଷୟରେ ଜଣାଇବାରୁ ବିଫଳ ହୋଇଥିବା ଧରିନିଆଯିବ। ବର୍ଷରେ ଏପରି ତିନିଥର ହେଲେ ୨ ବର୍ଷ ପର୍ଯ୍ୟନ୍ତ ନିଲମ୍ବନ କରାଯିବା ପାଇଁ ଦଣ୍ଡବିଧାନ ରହିଛି।




