ପ୍ରଦୂଷଣ ଭିତରେ ଅଭ୍ୟାସ କରିବା ପାଇଁ ଇନ୍‌ହେଲର ବ୍ୟବହାର କରୁଛନ୍ତି ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ ସମୟରେ ଭାରତର ବିଭିନ୍ନ ସହରରେ ପ୍ରଦୂଷଣ ଅଧିକ ହେଉଛି। ତେଣୁ ଏଥିରୁ ନିଜକୁ ସୁସ୍ଥ ରଖିବା ପାଇଁ ଇଂଲଣ୍ଡ କ୍ରିକେଟର୍ମାନେ ଇନ୍‌ହେଲର ବ୍ୟବହାର କରୁଛନ୍ତି। ବ୍ରିଟିସ ଖବରକାଗଜ ‘ଆଇ’ ରିପୋର୍ଟ ଅନୁସାରେ ଆଜ୍ମା ପାଇଁ ବ୍ୟବହାର ହେଉଥିବା ଇନ୍‌ହେଲର ନେବା ପାଇଁ କିଛି ଇଂଲିସ୍ କ୍ରିକେଟର୍ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ବେନ୍ ଷ୍ଟୋକ୍ସ ଇନ୍‌ହେଲର ନେଉଥିବା ଦେଖାଯାଇଥିଲା। ବର୍ତ୍ତମାନ ଇଂଲଣ୍ଡ ଦଳ ଅହମଦାବାଦରେ ଅଷ୍ଟ୍ରେଲିଆ […]

Samaya Live Picture
Published On

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ ସମୟରେ ଭାରତର ବିଭିନ୍ନ ସହରରେ ପ୍ରଦୂଷଣ ଅଧିକ ହେଉଛି। ତେଣୁ ଏଥିରୁ ନିଜକୁ ସୁସ୍ଥ ରଖିବା ପାଇଁ ଇଂଲଣ୍ଡ କ୍ରିକେଟର୍ମାନେ ଇନ୍‌ହେଲର ବ୍ୟବହାର କରୁଛନ୍ତି। ବ୍ରିଟିସ ଖବରକାଗଜ ‘ଆଇ’ ରିପୋର୍ଟ ଅନୁସାରେ ଆଜ୍ମା ପାଇଁ ବ୍ୟବହାର ହେଉଥିବା ଇନ୍‌ହେଲର ନେବା ପାଇଁ କିଛି ଇଂଲିସ୍ କ୍ରିକେଟର୍ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ବେନ୍ ଷ୍ଟୋକ୍ସ ଇନ୍‌ହେଲର ନେଉଥିବା ଦେଖାଯାଇଥିଲା। ବର୍ତ୍ତମାନ ଇଂଲଣ୍ଡ ଦଳ ଅହମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି। ଏଠାରେ ପ୍ରଦୂଷଣର ପ୍ରଭାବ ନଥିବାରୁ ଖେଳାଳିମାନେ ଇନ୍ହେଲର୍କୁ ବ୍ୟାଗ୍ରେ ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ଦିଲ୍ଲୀରେ ପ୍ରଦୂଷଣ ଅଧିକ ହୋଇଥିବାରୁ ଶ୍ରୀଲଙ୍କା ଖେଳାଳିମାନେ ମ୍ୟାଚ୍ ସମୟରେ ମାସ୍କ ବ୍ୟବହାର କରିଥିବା ଦେଖାଯାଇଥିଲା।

Tags: