ପ୍ରଥମ ଶ୍ରେଣୀ ଶତକରେ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ପୂଜାରା

ବ୍ରିଷ୍ଟଲ୍ : ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପୂର୍ବରୁ ନିଜ ଫର୍ମର ପ୍ରଦର୍ଶନ ଦେଇଛନ୍ତି ଚେତେଶ୍ବର ପୂଜାରା। ଭାରତୀୟଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ଶତକ ତାଲିକାରେ ପୂର୍ବତନ ପ୍ରାରମ୍ଭିକ ଟେଷ୍ଟ ବ୍ୟାଟର ୱାସିମ୍ ଜାଫରଙ୍କୁ ପଛରେ ପକାଇଛନ୍ତି ପୂଜାରା। ପୂର୍ବରୁ ଜାଫର ୫୭ ଶତକ ସହ ଏହି ତାଲିକାର ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ କାଉଣ୍ଟି ଚାମ୍ପିଅନସିପ୍ରେ ଶନିବାର ବ୍ରିଷ୍ଟଲ୍ରେ ସସେକ୍ସ ପାଇଁ ଦ୍ବିତୀୟ ଡିଭିଜନ୍ ମ୍ୟାଚ୍ ଖେଳୁଥିଲା ବେଳେ ପୂଜାରା ଗ୍ଲସେଷ୍ଟରସାୟର ବିପକ୍ଷରେ ୫୮ତମ ଶତକ ମାରିଥିଲେ। […]

Samaya Live Picture
Published On

ବ୍ରିଷ୍ଟଲ୍ : ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପୂର୍ବରୁ ନିଜ ଫର୍ମର ପ୍ରଦର୍ଶନ ଦେଇଛନ୍ତି ଚେତେଶ୍ବର ପୂଜାରା। ଭାରତୀୟଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ଶତକ ତାଲିକାରେ ପୂର୍ବତନ ପ୍ରାରମ୍ଭିକ ଟେଷ୍ଟ ବ୍ୟାଟର ୱାସିମ୍ ଜାଫରଙ୍କୁ ପଛରେ ପକାଇଛନ୍ତି ପୂଜାରା। ପୂର୍ବରୁ ଜାଫର ୫୭ ଶତକ ସହ ଏହି ତାଲିକାର ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ କାଉଣ୍ଟି ଚାମ୍ପିଅନସିପ୍ରେ ଶନିବାର ବ୍ରିଷ୍ଟଲ୍ରେ ସସେକ୍ସ ପାଇଁ ଦ୍ବିତୀୟ ଡିଭିଜନ୍ ମ୍ୟାଚ୍ ଖେଳୁଥିଲା ବେଳେ ପୂଜାରା ଗ୍ଲସେଷ୍ଟରସାୟର ବିପକ୍ଷରେ ୫୮ତମ ଶତକ ମାରିଥିଲେ। ଭାରତୀୟଙ୍କ ଏହି ତାଲିକାରେ ସଚିନ୍ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ୮୧ ଶତକ ସହ ଆଗରେ ଥିଲା ବେଳେ ରାହୁଲ ଦ୍ରାବିଡ (୬୮) ଦ୍ବିତୀୟ ଓ ବିଜୟ ହଜାରେ (୬୦) ତୃତୀୟ ସ୍ଥାନରେ ରହିଛନ୍ତି।

Tags: