ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ୍ କରିବାରେ ପୂଜାରା ଚତୁର୍ଥ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ନିର୍ଭର ଯୋଗ୍ୟ ବ୍ୟାଟର୍ ତଥା ସୌରାଷ୍ଟ୍ରର ବରିଷ୍ଠ ଖେଳାଳି ଚେତେଶ୍ବର ପୂଜାରା ୨୦ ହଜାର ପ୍ରଥମ ଶ୍ରେଣୀ ରନ୍ କରିଛନ୍ତି। ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ସେ ୬୬ ରନ୍ର ପାଳି ଖେଳି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଏପରିକି ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ ଏହି ମାଇଲଖୁଣ୍ଟ ଅତିକ୍ରମ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ନିର୍ଭର ଯୋଗ୍ୟ ବ୍ୟାଟର୍ ତଥା ସୌରାଷ୍ଟ୍ରର ବରିଷ୍ଠ ଖେଳାଳି ଚେତେଶ୍ବର ପୂଜାରା ୨୦ ହଜାର ପ୍ରଥମ ଶ୍ରେଣୀ ରନ୍ କରିଛନ୍ତି। ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ସେ ୬୬ ରନ୍ର ପାଳି ଖେଳି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଏପରିକି ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ବିଦର୍ଭ ବିପକ୍ଷ ଏହି ମ୍ୟାଚ୍କୁ ସୌରାଷ୍ଟ୍ର ୨୩୮ ରନ୍ରେ ଜିତି ଚଳିତ ରଣଜୀ ଋତୁରେ ପ୍ରଥମ ବିଜୟ ପାଇଛି। ସୌରାଷ୍ଟ୍ର ଉଭୟ ପାଳିରେ ଯଥାକ୍ରମେ ୨୦୬ ଓ ୨୪୪ ରନ୍ କରିଥିଲା ବେଳେ ବିଦର୍ଭ ୭୮ ଓ ୧୩୪ ରନ୍ କରି ପରାଜିତ ହୋଇଥିଲା।

Tags: