ପ୍ରଥମ ନ୍ୟୁଜିଲାଣ୍ଡ ମହିଳା ସ୍ପ୍ରିଣ୍ଟର ଭାବେ ଅଲିମ୍ପିକ୍ସ ୧୦୦ ମିଟର ପାଇଁ ଯୋଗ୍ୟତା ଅର୍ଜନ କଲେ

ୱେଲିଂଟନ: ୫୦ ବର୍ଷ ମଧ୍ୟରେ ପ୍ରଥମ ନ୍ୟୁଜିଲାଣ୍ଡ ମହିଳା ସ୍ପ୍ରିଣ୍ଟର ଭାବେ ଜୋଏ ହବ୍ସ ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ବିଜରଲାଣ୍ଡ ଚାଲିଥିବା କଣ୍ଟିନେଣ୍ଟାଲ ଟୁର୍ ଚ୍ୟାଲେଞ୍ଜର ମିଟ୍ର ୧୦୦ ମିଟର ହିଟ୍ରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଏହି ଯୋଗ୍ୟତା ଅର୍ଜନ କରିଥିଲେ। ୨୫ ବର୍ଷୀୟା ହବ୍ସ ୧୦.୯୬ ସେକେଣ୍ଡ ସମୟ ସହ ହିଟ୍ ଶେଷ କରି ଫାଇନାଲ୍ରେ ପହଞ୍ଚିଥିଲେ। ଫାଇନାଲ୍ରେ ହବ୍ସ (୧୧.୧୩ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲେ। […]

Samaya Live Picture
Published On

ୱେଲିଂଟନ: ୫୦ ବର୍ଷ ମଧ୍ୟରେ ପ୍ରଥମ ନ୍ୟୁଜିଲାଣ୍ଡ ମହିଳା ସ୍ପ୍ରିଣ୍ଟର ଭାବେ ଜୋଏ ହବ୍ସ ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ବିଜରଲାଣ୍ଡ ଚାଲିଥିବା କଣ୍ଟିନେଣ୍ଟାଲ ଟୁର୍ ଚ୍ୟାଲେଞ୍ଜର ମିଟ୍ର ୧୦୦ ମିଟର ହିଟ୍ରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଏହି ଯୋଗ୍ୟତା ଅର୍ଜନ କରିଥିଲେ। ୨୫ ବର୍ଷୀୟା ହବ୍ସ ୧୦.୯୬ ସେକେଣ୍ଡ ସମୟ ସହ ହିଟ୍ ଶେଷ କରି ଫାଇନାଲ୍ରେ ପହଞ୍ଚିଥିଲେ। ଫାଇନାଲ୍ରେ ହବ୍ସ (୧୧.୧୩ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲେ। ଶେଷ ଥର ଲାଗି ସୁଏ ଜୋୱେଟ୍ ୧୯୭୬ ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ।

Tags: