ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା ଅଷ୍ଟ୍ରେଲିଆ
ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୩୧ ରନ୍ କରିଥିଲା। ଏକଦା ୫୯/୪ରେ ସଂଘର୍ଷ କରିଥିବାବେଳେ କିସି କାର୍ଟି (୧୦୮ ବଲ୍ରୁ ୮୮ ରନ୍) ଓ ରଷ୍ଟନ୍ ଚେଜ୍ (୬୭ ବଲ୍ରୁ ୫୯ ରନ୍) ବଳରେ ୨୩୧ ଦଳ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ୨୫ ବର୍ଷୀୟ ଦ୍ରୁତ ବୋଲର ଜାଭିଏର ବାର୍ଟଲେଟ୍ ପ୍ରଥମ ପଦାର୍ପଣରେ ଚମତ୍କାର ବୋଲିଂ କରି ୯-୧-୧୭-୪ ଚିତ୍ର ପାଇଥିଲେ। ସିନ୍ […]
ମେଲବର୍ଣ୍ଣ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୩୧ ରନ୍ କରିଥିଲା। ଏକଦା ୫୯/୪ରେ ସଂଘର୍ଷ କରିଥିବାବେଳେ କିସି କାର୍ଟି (୧୦୮ ବଲ୍ରୁ ୮୮ ରନ୍) ଓ ରଷ୍ଟନ୍ ଚେଜ୍ (୬୭ ବଲ୍ରୁ ୫୯ ରନ୍) ବଳରେ ୨୩୧ ଦଳ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। ୨୫ ବର୍ଷୀୟ ଦ୍ରୁତ ବୋଲର ଜାଭିଏର ବାର୍ଟଲେଟ୍ ପ୍ରଥମ ପଦାର୍ପଣରେ ଚମତ୍କାର ବୋଲିଂ କରି ୯-୧-୧୭-୪ ଚିତ୍ର ପାଇଥିଲେ। ସିନ୍ ଆବୋଟ୍, କାମେରନ୍ ଗ୍ରିନ୍ ୨-୨ ଓ ଆଡାମ ଜାମ୍ପା ୧ ୱିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୮.୩ ଓଭରରେ ୨ ୱିକେଟ୍ ହରାଇ ୨୩୨ ରନ୍ ସଂଗ୍ରହ କରି ନେଇଥିଲା। ଜୋସ୍ ଇଙ୍ଗଲିସ୍ (୪୩ ବଲ୍ରୁ ୬୫ ରନ୍)ଙ୍କ ପରେ କାମେରନ୍ ଗ୍ରିନ୍ (୧୦୪ ବଲ୍ରୁ ୭୭* ରନ୍) ଓ ଷ୍ଟିଭେନ୍ ସ୍ମିଥ୍ (୭୯ ବଲ୍ରୁ ୭୯ ରନ୍) ଅତୁଟ ତୃତୀୟ ୱିକେଟ୍ ପାଇଁ ୧୪୯* ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ କରାଇଛନ୍ତି। ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ ଜାଭିଏର୍ ବାର୍ଟଲେଟ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ସହ ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି।




