ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୧୯୮ ରନ୍ରେ ହରାଇଲା ନ୍ୟୁଜିଲାଣ୍ଡ
ଅକ୍ଲାଣ୍ଡ, ୨୫/୩: ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୧୯୮ ରନ୍ରେ ହରାଇଛି ନ୍ୟୁଜିଲାଣ୍ଡ। ଅକ୍ଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୯.୩ ଓଭରରେ ୨୭୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଫିନ୍ ଆଲେନ୍ ୫୧, ଡାରେଲ୍ ମିଚେଲ୍ ୪୭, ରଚିନ୍ ରବିନ୍ଦ୍ର ୪୯ ରନ୍ କରିଥିଲେ। ଶ୍ରୀଲଙ୍କା ପାଇଁ ଚାମିକା କରୁଣାରତ୍ନେ ୪, କସୁନ ରଜିଥା ୨, ଲାହିରୁ କୁମାରା ୨ ୱିକେଟ୍ ନେଇଥିଲେ। ତେବେ […]
ଅକ୍ଲାଣ୍ଡ, ୨୫/୩: ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୧୯୮ ରନ୍ରେ ହରାଇଛି ନ୍ୟୁଜିଲାଣ୍ଡ। ଅକ୍ଲାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୯.୩ ଓଭରରେ ୨୭୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଫିନ୍ ଆଲେନ୍ ୫୧, ଡାରେଲ୍ ମିଚେଲ୍ ୪୭, ରଚିନ୍ ରବିନ୍ଦ୍ର ୪୯ ରନ୍ କରିଥିଲେ। ଶ୍ରୀଲଙ୍କା ପାଇଁ ଚାମିକା କରୁଣାରତ୍ନେ ୪, କସୁନ ରଜିଥା ୨, ଲାହିରୁ କୁମାରା ୨ ୱିକେଟ୍ ନେଇଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଶ୍ରୀଲଙ୍କା ନିୟମିତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଯେଉଁଥିପାଇଁ ମାତ୍ର ୧୯.୫ ଓଭରରେ ଦଳ ୭୬ ରନ୍ କରିଥିଲା ବେଳେ ଅଲ୍ଆଉଟ ହୋଇଯାଇଥିଲା। ଆଞ୍ଜେଲୋ ମାଥ୍ୟୁସ୍ ୧୮, ଚାମିକା କରୁଣାରତ୍ନେ ୧୧ ଓ ଲାହିରୁ କୁମାରା ୧୦ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲା ବେଳେ ଅନ୍ୟମାନେ ଦୁଇ ଅଙ୍କରେ ବି ପହଞ୍ଚିପାରିନଥିଲେ। ନିଜର ଚତୁର୍ଥ ଦିନିକିଆ ଖେଳୁଥିବା ହେନରି ଶିପଲେ ୭ ଓଭର ବୋଲିଂ କରି ୩୧ ରନ୍ ବିନିମୟରେ ପ୍ରଥମ ଥର ୫ ୱିକେଟ୍ ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ଡାରେଲ୍ ମିଚେଲ୍ ଓ ବ୍ଲେୟର ଟିକନର ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶିପ୍ଲେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।





