ପ୍ରଥମ ଥର ବିଶ୍ବକପରେ ଖାତା ଖୋଲି ପାରିଲେନି କୋହଲି
ଲକ୍ଷ୍ନୌ: ଭାରତୀୟ ବ୍ୟାଟର୍ ବିରାଟ କୋହଲି ଦିନିକିଆ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ଲାଗି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହି ଅଘଟଣ ସପ୍ତମ ଓଭରରେ ଘଟିଥିଲା। ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଭାରତୀୟ ପାଳିର ଚତୁର୍ଥ ଓଭର ଶେଷ ବଲ୍ରେ ଶୁବମନ ଗିଲ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିଲେ କୋହଲି। ପ୍ରଥମ ୮ଟି ବଲ୍କୁ ଅତ୍ୟନ୍ତ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ନବମ ବଲ୍କୁ ଏକ ଦୁର୍ବଳ ସଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। […]
ଲକ୍ଷ୍ନୌ: ଭାରତୀୟ ବ୍ୟାଟର୍ ବିରାଟ କୋହଲି ଦିନିକିଆ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ଲାଗି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହି ଅଘଟଣ ସପ୍ତମ ଓଭରରେ ଘଟିଥିଲା। ଇଂଲଣ୍ଡ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଭାରତୀୟ ପାଳିର ଚତୁର୍ଥ ଓଭର ଶେଷ ବଲ୍ରେ ଶୁବମନ ଗିଲ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିଲେ କୋହଲି। ପ୍ରଥମ ୮ଟି ବଲ୍କୁ ଅତ୍ୟନ୍ତ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ। ନବମ ବଲ୍କୁ ଏକ ଦୁର୍ବଳ ସଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ଇଂଲଣ୍ଡର ବାମହାତୀ ବୋଲର ଡେଭିଡ୍ ୱିଲିଙ୍କ ଏହି ବଲ୍ରେ କୋହଲି ମିଡ୍ ଅଫ୍ ଅଞ୍ଚଳକୁ କ୍ୟାଚ୍ ଦେବା ପରେ ବେନ୍ ଷ୍ଟୋକ୍ସ ଏହାକୁ ଧରି ଭାରତକୁ ବଡ଼ ଝଟ୍କା ଦେଇଥିଲେ। ଯାହାକୁ ଦେଖି ଦର୍ଶକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଏପରିକି କିଛି କ୍ଷଣ ପାଇଁ ସଂପୂର୍ଣ୍ଣ ଷ୍ଟାଡିୟମ ପୂରା ନିରବ ହୋଇଯାଇଥିଲା। ୨୭୫ତମ ଦିନିକିଆ ପାଳିରୁ କୋହଲି ଷୋଡ଼ଶ ଥର ପାଇଁ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଏପରିକି ଅନ୍ତର୍ଜାତୀୟ କ୍ରିକେଟ୍ରେ ଶୀର୍ଷ ୭ ଭିତରେ ବ୍ୟାଟିଂ କରି ସର୍ବାଧିକ ଥର ୦ରେ ଆଉଟ୍ ହେବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୩୪)ଙ୍କ ସହ ସମକକ୍ଷ ହୋଇଥିଲେ। ଏଥିସହ ବିଶ୍ବକପ୍ରେ ୫୬ ପାଳି ପରେ କୌଣସି ରନ୍ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଯାଇଥିଲେ।




