ପ୍ରଥମ ଥର ଦକ୍ଷିଣ ଆଫ୍ରିକାକୁ ହରାଇଲା ନ୍ୟୁଜିଲାଣ୍ଡ

ହାମିଲଟନ୍: କେନ୍ ୱିଲିୟମସନଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଏକ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ କରିଛି। ଉଭୟ ଦଳଙ୍କ ମଧ୍ୟରେ ୧୯୩୧ ମସିହାରୁ ଟେଷ୍ଟ ଶୃଙ୍ଖଳା ଖେଳାଯାଇ ଆସୁଥିଲା ବେଳେ ନ୍ୟୁଜିଲାଣ୍ଡ ଥରୁଟିଏ ବି ଜିତିନଥିଲା। ଦକ୍ଷିଣ ଆଫ୍ରିକା ୧୩ ଥର ବିଜେତା ହୋଇଥିଲା ବେଳେ ୪ ଶୃଙ୍ଖଳା ଅମୀମାଂସିତ ରହିଥିଲା। ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୨୮୧ ରନ୍ରେ ଜିତିବା ପରେ ଶୁକ୍ରବାର ଦ୍ବିତୀୟ ଟେଷ୍ଟକୁ ୭ ୱିକେଟ୍ରେ ଜିତିଛି। ଦକ୍ଷିଣ […]

Samaya Live Picture
Published On

ହାମିଲଟନ୍: କେନ୍ ୱିଲିୟମସନଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଏକ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ କରିଛି। ଉଭୟ ଦଳଙ୍କ ମଧ୍ୟରେ ୧୯୩୧ ମସିହାରୁ ଟେଷ୍ଟ ଶୃଙ୍ଖଳା ଖେଳାଯାଇ ଆସୁଥିଲା ବେଳେ ନ୍ୟୁଜିଲାଣ୍ଡ ଥରୁଟିଏ ବି ଜିତିନଥିଲା। ଦକ୍ଷିଣ ଆଫ୍ରିକା ୧୩ ଥର ବିଜେତା ହୋଇଥିଲା ବେଳେ ୪ ଶୃଙ୍ଖଳା ଅମୀମାଂସିତ ରହିଥିଲା।
ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୨୮୧ ରନ୍ରେ ଜିତିବା ପରେ ଶୁକ୍ରବାର ଦ୍ବିତୀୟ ଟେଷ୍ଟକୁ ୭ ୱିକେଟ୍ରେ ଜିତିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୨୪୨ ରନ୍ କରିଥିଲା ବେଳେ ନ୍ୟୁଜିଲାଣ୍ଡ ୨୧୧ରେ ସୀମିତ ରହିଥିଲା। ଦ୍ବିତୀୟ ପାଳିରେ ଡେଭିଡ୍ ବେଡିଙ୍ଗହାମ୍ଙ୍କ ୧୧୦ ରନ୍ର ପାଳି ସହାୟତାରେ ଦକ୍ଷିଣ ଆଫ୍ରିକା ୨୩୫ ରନ୍ ସଂଗ୍ରହ କରିବା ସହ ଘରୋଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୬୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କେନ୍ ୱିଲିୟମସନ୍ (୧୩୩*, ୨୬୦ ବଲ୍, ୧୨ ଚୌକା, ୨ଛକା) ଓ ୱିଲ ୟଙ୍ଗ୍ (୬୦*, ୧୩୪ ବଲ୍, ୮ ଚୌକା)ଙ୍କ ଅତୁଟ ଚତୁର୍ଥ ୱିକେଟ୍ ୧୫୨ ରନ୍ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ ୯୪.୨ ଓଭର ବେଳକୁ ୩ ୱିକେଟ୍ ବିନିମୟରେ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବିଜୟୀ ଦଳର ପଦାର୍ପଣକାରୀ ଦ୍ରୁତ ବୋଲର ୱିଲିୟମ୍ ଓ’ରୁର୍କି (୪/୫୯, ୫/୩୪)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଓ ୱିଲିୟମସନ୍ଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଦିଆଯାଇଛି।

Tags: