ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତକୁ ୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍
ତରୌବା: ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ୪ ରନ୍ରେ ବିଜୟୀ ହୋଇଛି। ଭାରତ ସମ୍ମୁଖରେ ୧୫୦ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୪୫ ରନ୍ରେ ସୀମିତ ରହିଥିଲା। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୧୪୯/୬ରେ ସୀମିତ ରହିଥିଲା। ଅଷ୍ଟମ ୟୁଝବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। […]
ତରୌବା: ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ୪ ରନ୍ରେ ବିଜୟୀ ହୋଇଛି। ଭାରତ ସମ୍ମୁଖରେ ୧୫୦ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୪୫ ରନ୍ରେ ସୀମିତ ରହିଥିଲା। ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୧୪୯/୬ରେ ସୀମିତ ରହିଥିଲା। ଅଷ୍ଟମ ୟୁଝବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। ତଥାପି ଦୁଇ ଅଭିଜ୍ଞ ଖେଳାଳି ନିକୋଲାସ ପୂରନ (୪୧) ଏବଂ ରୋମମାନ ପାୱେଲ (୪୮) ଦଳର ସମ୍ମାନ ରଖିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ (୨/୩୧), ୟୁଝବେନ୍ଦ୍ର ଚହଲ୍ (୨/୨୪) ସଫଳ ବୋଲର ଥିବା ବେଳେ ହାର୍ଦିକ ପାଣ୍ଡ୍ୟା (୧/୨୭), କୁଲଦୀପ ଯାଦବ (୧/୨୦) ଅନ୍ୟ ୱିକେଟ୍ ଗୁଡ଼ିକ ନେଇଥିଲେ। ଭାରତ ପକ୍ଷରୁ ମୁମ୍ବାଇ ବ୍ୟାଟର୍ ତିଳକ ବର୍ମା ଏବଂ ବେଙ୍ଗଲ ବୋଲର୍ ମୁକେଶ କୁମାରଙ୍କୁ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ପଦାର୍ପଣ ସୁଯୋଗ ମିଳିଥିଲା। ୧୫୦ ରନ୍କୁ ପିଛା କରି ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ (୩) ଓ ଈଶାନ କିଶନ (୬)ଙ୍କୁ ସଅଳ ହରାଇଥିଲା। ସୂର୍ଯ୍ୟକୁମାର ବଲ୍ ପିଛା ରନ୍ କରି ୨୧ ରନ୍ରେ ଆଉଟ୍ ହୋଇଥିଲେ। ତିଳକ ବର୍ମାଙ୍କ ବିଦାୟ ପରେ ଅନ୍ୟ କୌଣସି ଖେଳାଳି କ୍ରିଜ୍ରେ ତିଷ୍ଠିନଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ଜାସନ୍ ହୋଲ୍ଡର ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ସହ ସୂର୍ଯ୍ୟକୁମାର ଓ ହାର୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଶେଷ ଓଭରରୁ ୧୦ ରନ୍ ଆବଶ୍ୟକ ପଡ଼ିଥିବାବେଳେ କୁଲଦୀପ ଓ ଅର୍ଶଦୀପ ଆଉଟ୍ ହୋଇଯିବାରୁ ବିଜୟ ସମ୍ଭବ ହୋଇନଥିଲା। ହୋଲ୍ଡରଙ୍କ ଭଳି ମ୍ୟାକୟ ଏବଂ ସେଫର୍ଡ ୨ ଲେଖାଏଁ ୱିକେଟ୍ ନେଇଥିଲେ।




