ପ୍ରଥମ ଟେଷ୍ଟ ଦ୍ବିତୀୟ ଦିନ ସୁଦ୍ଧା ଶ୍ରୀଲଙ୍କା ୫୯୧/୬, ଆୟର୍ଲାଣ୍ଡ ୧୧୭/୭
ଗଲ୍: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ୬ ୱିକେଟ୍ ବିନିମୟରେ ୫୧୯ ରନ୍ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଥିଲା ବେଳେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟର୍ଲାଣ୍ଡ ୧୧୭/୭ ସ୍କୋର କରିଛି। ଆୟର୍ଲାଣ୍ଡ ପାଇଁ ଜେମ୍ସ ମ୍ୟାକଲମ୍ (୩୫), ହାରି ଟେକ୍ଟର (୩୪), ପିଟର ମୁର୍ (୧୪) ଓ ଲୋର୍କାନ ଟକର (୨୧*) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ପ୍ରବଥ ଜୟସୂରିଆ ୧୯ ଓଭର ବୋଲିଂ କରିଥିଲା ବେଳେ ୯ ମେଡେନ୍ ଓ […]
ଗଲ୍: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ୬ ୱିକେଟ୍ ବିନିମୟରେ ୫୧୯ ରନ୍ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଥିଲା ବେଳେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟର୍ଲାଣ୍ଡ ୧୧୭/୭ ସ୍କୋର କରିଛି। ଆୟର୍ଲାଣ୍ଡ ପାଇଁ ଜେମ୍ସ ମ୍ୟାକଲମ୍ (୩୫), ହାରି ଟେକ୍ଟର (୩୪), ପିଟର ମୁର୍ (୧୪) ଓ ଲୋର୍କାନ ଟକର (୨୧*) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ପ୍ରବଥ ଜୟସୂରିଆ ୧୯ ଓଭର ବୋଲିଂ କରିଥିଲା ବେଳେ ୯ ମେଡେନ୍ ଓ ୪୨ ରନ୍ ବିନିମୟରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି। ବିଶ୍ବ ଫର୍ଣ୍ଣାଣ୍ଡୋ ଅନ୍ୟ ଦୁଇ ୱିକେଟ୍ ଅର୍ଜନ କରିଥିଲେ। ଏଥିପୂର୍ବରୁ ୩୮୬/୪ରୁ ଦ୍ବିତୀୟ ଦିନ ଆରମ୍ଭ କରିଥିବା ଶ୍ରୀଲଙ୍କା ପାଇଁ ଦିନେଶ ଚାନ୍ଦିମାଲ (୧୦୨*, ୧୫୫ ବଲ୍, ୧୨ ଚୌକା)ଙ୍କ ସହ ସଦିରା ସମରବିକ୍ରମା (୧୦୪*, ୧୧୪ ବଲ୍, ୧୧ଚୌକା) ସପ୍ତମ ୱିକେଟ୍ରେ ୧୮୩ ରନ୍ ଯୋଗ କରିଥିଲେ। ଏପରିକି ଉଭୟ ନିଜ ନିଜର ଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଏହି ପାଳିରେ ମୋଟ୍ ୪ ଜଣ ଶତକ ହାସଲ କରିଥିଲେ। ସଦିରାଙ୍କ ଶତକ ଅର୍ଜନ ପରେ ଅଧିନାୟକ ଦିମୁଖ କରୁଣାରତ୍ନେ ପାଳି ଘୋଷଣା କରିଥିଲେ।




